୧୫ରୁ ଓଟିଇଟି ଫର୍ମପୂରଣ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ପାଇଁ ଅନ୍‌ଲାଇନ୍ ଫର୍ମପୂରଣ ଆସନ୍ତା ୧୫ତାରିଖ ସକାଳ ୧୦ଟାରୁ ଆରମ୍ଭ ହେବ। ଜୁଲାଇ ୨୬ତାରିଖ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ଅନ୍‌ଲାଇନରେ ଫି’ ଦାଖଲ ଅବଧି ଜୁଲାଇ ୭ତାରିଖ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ରହିବ। ଏହି ପରୀକ୍ଷା ସଂକ୍ରାନ୍ତରେ ସମସ୍ତ ତଥ୍ୟ ବୋର୍ଡ ୱେବ୍‌ସାଇଟ୍ www.bseodisha.nic.in ରେ ଉପଲବ୍ଧ ହେଇଛି। ପ୍ରାର୍ଥୀମାନେ ନିଜ ଯୋଗ୍ୟତା ଅନୁସାରେ ପାର୍ଟ-୧ ଓ ପାର୍ଟ-୨ ପରୀକ୍ଷା ଦେଇପାରିବେ ଓ ଏଥିପାଇଁ ଭିନ୍ନ ଭିନ୍ନ ଭାବେ ଫର୍ମପୂରଣ ଓ ଫି’ ଦାଖଲ କରିବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୮ ମସିହାରେ ଓଟିଇଟି ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଆଉ ଥରେ ଫର୍ମପୂରଣ କରିବେ। କିନ୍ତୁ ସେମାନଙ୍କୁ ଆଉ ଫି’ ଦାଖଲ କରିବାକୁ ପଡ଼ିବ ନାହିଁ। ଏହି ପରୀକ୍ଷାର୍ଥୀ ୨୦୧୯ ଓଟିଇଟି ପରୀକ୍ଷା ପାଇଁ ଫର୍ମପୂରଣ ନ କଲେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଓଟିଇଟି ପ୍ରାର୍ଥୀଙ୍କ ଆଡ୍‌ମିଟ୍ କାର୍ଡ ଓ ପରୀକ୍ଷା କାର୍ଯ୍ୟସୂଚୀ ପରବର୍ତୀ ସମୟରେ ବୋର୍ଡ ପକ୍ଷରୁ ଜଣାଇ ଦିଆଯିବ ବୋଲି ବୋର୍ଡ ସଂପାଦକ ରାମାଶିଷ ହାଜରା ଏକ ପ୍ରେସ୍ ବିଜ୍ଞପ୍ତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର