ଓ୍ଵବ୍‌ସାଇଟ୍‌ରେ ଛଡାଗଲା ଓଟିଇଟି ଆନ୍‌ସର କି’

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ପ୍ରଥମ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଆନ୍‌ସର କି’ ଓ୍ଵବ୍‌ସାଇଟ୍‌ www.bseodisha.ac.inରେ ଛଡାଯାଇଛି। ପରୀକ୍ଷାର୍ଥୀମାନେ ବୋର୍ଡ ପକ୍ଷରୁ ଛଡାଯାଇଥିବା ଉତ୍ତରକୁ ନିଜ ଉତ୍ତର ସହିତ ମିଳାଇ ପାରିବେ। ପରୀକ୍ଷାର୍ଥୀଙ୍କ ସନ୍ଦେହ ହେଲେ ସେମାନେ ବୋର୍ଡ ଉତ୍ତରକୁ ଚାଲେଞ୍ଜ କରିପାରିବେ। ଚାଲେଞ୍ଜ କରୁଥିବା ପ୍ରତି ଉତ୍ତର ପାଇଁ ପରୀକ୍ଷାର୍ଥୀଙ୍କୁ ୫ଶହ ଟଙ୍କା ଫିକୁ ଅଲ୍‌ଲାଇନ୍‌ରେ ଦାଖଲ କରିବାକୁ ପଡ଼ିବ। ଏହି ପ୍ରକି୍ରୟା ଚଳିତ ମାସ ୯ତାରିଖ ସକାଳ ୮ଟାରୁ ୧୫ତାରିଖ ରାତି ୧୧ଟା ୪୫ପର୍ଯ୍ୟନ୍ତ ଚାଲିବ। ବିଳମ୍ବରେ ଆବେଦନ କରୁଥିବା ପରୀକ୍ଷାର୍ଥୀମାନେ ୧୬ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଫି’ ଦାଖଲ କରିପାରିବେ। ଚାଲେଞ୍ଜ କରାଯାଇଥିବା ପ୍ରଶ୍ନଗୁଡ଼ିକ ବୋର୍ଡ ପ୍ରଶ୍ନ ବିଶ୍ଲେଷଣ କମିଟି ଦ୍ୱାରା ସମୀକ୍ଷା କରାଯିବ। ବୋର୍ଡ ପ୍ରଶ୍ନ ବିଶ୍ଲେଷଶ କମିଟି ନିଷ୍ପତ୍ତି ହିଁ ଚୁଡାନ୍ତ ବୋଲି ଧରାଯିବ। ଚାଲେଞ୍ଜ କରିଥିବା ପରୀକ୍ଷାର୍ଥୀଙ୍କ ଉତ୍ତର ଠିକ୍‌ ଥିଲେ ପରୀକ୍ଷାର୍ଥ ଆକାଉଣ୍ଟଙ୍କୁ ପୂର୍ବରୁ ଦାଖଲ ହୋଇଥିବା ଫି ଫେରସ୍ତ ଆସିବ। ଏହା ପରେ ଓଟିଇଟି ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର