୯ରେ ଓଟିଇଟି ପରୀକ୍ଷା, ବୋର୍ଡ ୱେବ୍‌ସାଇଟ୍‌ରେ ଆଡ୍‌ମିଟ୍ କାର୍ଡ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ପ୍ରଥମ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ଆଡ୍‌ମିଟ୍ କାର୍ଡ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଏପ୍ରିଲ୍ ୧ତାରିଖ ସକାଳ ୧୦ଟାରୁ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜିଷ୍ଟ୍ରେସନ ନମ୍ବର ଓ ଇମେଲ୍‌ ଆଇଡି ଲଗ୍ ଇନ୍ କରି ସେମାନଙ୍କର ଆଡ୍‌ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏହି ପରୀକ୍ଷା ଏପ୍ରିଲ୍ ୯ତାରିଖରେ ରାଜ୍ୟର ୪୯୧ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ‌ହେବ। ଓଟିଇଟି ପେପର-୧ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ସ‌ାଢ଼େ ୧୦ଟାରେ ସରିବାକୁ ଥିବା ବେଳେ ପେପର-୨ ପରୀକ୍ଷା ଦିନ ୧୨ଟାରେ ଆରମ୍ଭ ହୋଇ ଅପରାହ୍‌ଣ ସାଢ଼େ ୨ଟାରେ ସରିବ। ଓଟିଇଟି ପରୀକ୍ଷା ପାଇଁ ମୋଟ ୧ଲକ୍ଷ ୨୫ହଜାର ୮୮୦ ଜଣ ପରୀକ୍ଷାର୍ଥୀ ରହିଥିବା ବ‌େଳେ ପେପର-୧ରେ ୭୨ହଜାର ୪୭୭ଜଣ ଓ ପେପର-୨ରେ ୫୩ ହଜାର ୪୦୩ ଜଣ ପରୀକ୍ଷାର୍ଥୀ ରହିଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକ ତଥା ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର