କଟକ: ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ବୋର୍ଡର ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ରିମାଣ୍ଡରେ ଆସିଥିବା ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଓ ସହଯୋଗୀ ବିଜୟ ମିଶ୍ରଙ୍କୁ ଜେରାର ଶେଷ ଦିନରେ ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଜେରା କରାଯାଇଛି। ଏହା ସହିତ ଜିତନ ଯେଉଁ ପେନ୍ଡ୍ରାଇଭ୍ରେ ଲାପ୍ଟପ୍ରୁ ପ୍ରଶ୍ନପତ୍ର ଓ ଉତ୍ତର ନକଲ ନେଇଥିଲା ତାକୁ ଜବତ କରିବାକୁ ତନାଘନା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ଓ ରାଜ୍ୟ ପୂର୍ବତନ କ୍ୟାଡର୍ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟଙ୍କୁ ସୋମବାରଠାରୁ ଦୁଇ ଦିନିଆ ରିମାଣ୍ଡରେ କ୍ରାଇମ୍ବ୍ରାଞ୍ଚ ଆଣିଥିଲା। ସେମାନଙ୍କୁ ଆସନ୍ତାକାଲି ଚୌଦ୍ବାର ସର୍କଲ ଜେଲ୍କୁ ପଠାଇ ଦିଆଯିବ। ତେବେ ଏହି ଦୁଇ ଦିନିଆ ରିମାଣ୍ଡ ସମୟରେ ଉଭୟଙ୍କୁ ପୃଥକ୍ ଭାବେ ଜେରା କରାଯାଇଥିଲା। ସେମାନଙ୍କ ବୟାନକୁ ମେଳ କରାଯାଉଥିବା ବେଳେ ଉଭୟ ପ୍ରଶ୍ନପତ୍ର କାରବାର ସମ୍ପର୍କରେ ଭିନ୍ନ ମତ ରଖୁଛନ୍ତି। ଯାହାକୁ ନେଇ କ୍ରାଇମବ୍ରାଞ୍ଚ ଅଡ଼ୁଆରେ ପଡ଼ିଛି। ଆସନ୍ତାକାଲି ବୁଧବାର ସକାଳେ ମଧ୍ୟ କ୍ରାଇମବ୍ରାଞ୍ଚ ସେମାନଙ୍କୁ ପୁନଃ ଜେରା କରିବାକୁ ଯୋଜନା କରୁଛି। ଜିତନ୍ ପ୍ରଶ୍ନପତ୍ର ଭାଇରାଲ୍ ସମ୍ପର୍କରେ ସେ ଯେଉଁ ବୟାନ ରଖିଛି, ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ମଙ୍ଗଳବାର କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟକୁ ଡକାଯାଇଥିଲା। ତାଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜିତନ ସାମନାରେ ପଚରାଯାଇଥିଲା। କ୍ରାଇମବ୍ରାଞ୍ଚ ପୂର୍ବରୁ ଏହି ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ କ୍ଲିନ୍ଚିଟ୍ ଦେଇଥିବା ବେଳେ ପୁଣି ଥରେ ମଙ୍ଗଳବାର ହାଜର ପାଇଁ ଡାକିବା ଘଟଣାକୁ ନେଇ ପୁଣି ଥରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ କ୍ରାଇମବ୍ରାଞ୍ଚ ୭ରୁ ଅଧିକ ଥର ଜେରା କରିସାରିଲାଣି।
ପୂର୍ବତନ ଉପସଭାପତି ଡକ୍ଟର ନିହାର ମହାନ୍ତିଙ୍କ ସରକାରୀ ଲାପ୍ଟପ୍କୁ ମଧ୍ୟପ୍ରଦେଶର ଭୋପାଳରେ ଥିବା ଏକ ମୁଦ୍ରଣ ସଂସ୍ଥା ଓଟିଇଟି ପ୍ରଶ୍ନପତ୍ର ଓ ଉତ୍ତର ନକଲ ପଠାଇବା ପରେ ଏହାକୁ ଜିତନ୍ ଡାଉନଲୋଡ୍ କରିଥିଲେ। ତେବେ ଜିତନ ଏହାକୁ ଡାଉନ୍ଲୋଡ କରିବା ପରେ ଯେଉଁ ପେନ୍ଡ୍ରାଇଭ୍ ମାଧ୍ୟମରେ ନେଇ ବିଜୟ ଓ ଅନ୍ୟ ସହଯୋଗୀଙ୍କୁ ଛାଡ଼ିଥିଲା, ସେହି ପେନ୍ଡ୍ରାଇଭ୍ର ପତ୍ତା ମିଳୁନଥିବା କୁହାଯାଉଛି।
ଓଟିଇଟି କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍ଙ୍କୁ ପୁଣି ଜେରା
ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ବୋର୍ଡର ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ରିମାଣ୍ଡରେ ଆସିଥିବା ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଓ ସହଯୋଗୀ ବିଜୟ ମିଶ୍ରଙ୍କୁ ଜେରାର ଶେଷ...
/sambad/media/media_files/2025/08/13/untitled-7-2025-08-13-05-53-28.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)