ଓଟିଇଟି ପାସ୍‌ କରି ନଥିବା ଗଣଶିକ୍ଷକଙ୍କ ଚାକରି ନିୟମିତ ଉପରେ ରୋକ ମାମଲା : ପକ୍ଷଭୁକ୍ତ ହେବା ପାଇଁ ସଂଘର ଆବେଦନ

କଟକ : ଓଟିଇଟି ପାସ୍‌ କରି ନଥିବା ଗଣଶିକ୍ଷକଙ୍କ ଚାକରି ନିୟମିତ ପ୍ରସଂଗକୁ ନେଇ ବିଚାରାଧୀନ ଜନସ୍ୱାର୍ଥ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଗଣଶିକ୍ଷକମାନେ ଇଣ୍ଟରଭେନର ପିଟିସନ୍‌ ଦାୟର କରିଛନ୍ତି। ଓଡ଼ିଶା ଷ୍ଟେଟ୍‌ ପ୍ରାଇମେରି ଟିଚର୍ସ ଲେଭଲ-୫(ଏକ୍ସ କ୍ୟାଡର) ମହାସଂଘ ପକ୍ଷରୁ ଦର୍ଶାଯାଇଛି ଯେ ଚାକିରି ନିୟମିତ ପ୍ରକ୍ରିୟାକୁ ଚାଲେଞ୍ଜ କରାଯାଇ ରୁଜୁ କରାଯାଇଥିବା ଏହି ମାମଲାରେ ରାଜ୍ୟର ସମସ୍ତ କାର୍ଯ୍ୟରତ ଗଣଶିକ୍ଷକଙ୍କୁ ପକ୍ଷଭୁକ୍ତ କରାଯିବା କଥା। କିନ୍ତୁ ଏପରି କରାଯାଇ ନାହିଁ। ଏଥି ସହିତ ଗଣଶିକ୍ଷକମାନେ ୨୦୦୮ରେ ନିଯୁକ୍ତି ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଶିକ୍ଷା ଅଧିକାର ଆଇନ ଆସିଥିଲା। ୨୦୧୨ରେ ରାଜ୍ୟ ସରାକର ଓଟିଇଟି ପରୀକ୍ଷା ବ୍ୟବସ୍ଥା ଆରମ୍ଭ କରିଥିଲେ। ଏପରି କ୍ଷେତ୍ରରେ ଗଣଶିକ୍ଷକଙ୍କ ଚାକିରି ନିୟମିତ କରିବା ବେଳେ ଓଟିଇଟି ପାସ୍‌ ବାଧ୍ୟତାମୂଳକ କରାଯିବା ଗ୍ରହଣୀୟ ନୁହେଁ। ଏପରି ପରିସ୍ଥିତିରେ ଏ ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଗଣଶିକ୍ଷକଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଗଣଶିକ୍ଷକଙ୍କ ତରଫରୁ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ମାମଲା ପରିଚାଳାନା କରୁଛନ୍ତି।

ସମ୍ବନ୍ଧିତ ଖବର