ଓଟିଇଟି ପରୀକ୍ଷା ଏଣିକି ଅନଲାଇନରେ

ଭୁବନେଶ୍ବର : ଦୀର୍ଘ ସମୟ ଧରି ତନାଘନା େହଲା। େଶଷରେ ସରକାର ନିଷ୍ପତ୍ତି ନେଇଛନ୍ତି େଯ ଏଣିକି ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା ଅନଲାଇନରେ କରାଯିବ। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏେନଇ ସହମତି େହାଇଛି। ଏ ସଂପର୍କରେ ଆବଶ୍ୟକ ପ୍ରସ୍ତୁତି କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କୁ ଆଜି ମନ୍ତ୍ରୀ ନିର୍ଦ୍ଦେଶ େଦଇଛନ୍ତି। ତେବେ ଏହି ଘଟଣାରେ େଦାଷୀ କିଏ, କେଉଁ ପରିସ୍ଥିତିରେ ପ୍ରଶ୍ନ ପତ୍ର ଲିକ୍ ଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଛି, ଏସବୁ କାରଣ େଖାଜାଯାଇନି। ସରକାର ଏ ସଂକ୍ରାନ୍ତରେ େଠାସ୍ ପଦକ୍ଷେପ େନବା ଲାଗି ଆଗ୍ରହ େଦଖାଇନାହାନ୍ତି।

ଉଲ୍ଲେଖଥାଉକି, ଗତ ୧୬ ତାରିଖରେ ଓଟିଇଟି ପ୍ରଶ୍ନପତ୍ର ଲିକ ହୋଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କର୍ତୃପକ୍ଷ ପରୀକ୍ଷା ବାତିଲ କରିଥିଲେ। ହେଲେ ଘଟଣାକୁ େନଇ ସରକାର ସ୍ତରରେ ଯେମିତି ତତ୍ପରତା େଦଖାଯିବା କଥା ତାହା ପରିଲକ୍ଷିତ େହାଇନଥିଲା। ସମ୍ବାଦରେ ଏ େନଇ ଖବର ପ୍ରକାଶ ପରେ ଆଜି ମନ୍ତ୍ରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ। ଏହି ବୈଠକରେ େଫବ୍ରୁଆରି ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଓ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ନେଇ ମଧ୍ୟ ଆେଲାଚନା େହାଇଛି। ଆଜିର ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର