କଟକ: ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା। ଅଭିଯୁକ୍ତଙ୍କ ନିୟମିତ ଜାମିନ ଆବେଦନର କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଏଥିସହିତ ଏହି ଘଟଣାରେ ଗିରଫ ହୋଇଥିବା ସନାତନ ବିଶୋୟୀ, ରାମଜୀ ପ୍ରସାଦ ଗୁପ୍ତା ଓ ଜୟନ୍ତ କୁମାର ରାଉତଙ୍କ ନିୟମିତ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ବୋର୍ଡର ଉପ-ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ନିୟମିତ ଜାମିନ ଆବେଦନର ଗତ ସପ୍ତାହରେ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ତାରିଖ ଅଗଷ୍ଟ ୧୮କୁ ଧାର୍ଯ୍ୟ କରିଥିଲେ। ଅଗଷ୍ଟ ୧୮ରେ ଓଟିଇଟି ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ଗିରଫ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ଜାମିନ ଆବେଦନଗୁଡ଼ିକର କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଶୁଣାଣି ହେବାକୁ ଥିବାବେଳେ କ୍ରାଇମବ୍ରାଞ୍ଚ ତରଫରୁ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସମ୍ପର୍କିତ ତଥ୍ୟ ଦାଖଲ କରାଯିବ।
ଏହି ଘଟଣାରେ ଗିରଫ ହୋଇଥିବା ସନାତନ ବିଶୋୟୀ, ରାମଜୀ ପ୍ରସାଦ ଗୁପ୍ତା ଓ ଜୟନ୍ତ କୁମାର ରାଉତଙ୍କ ନିୟମିତ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ବୋର୍ଡର ଉପ-ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ନିୟମିତ ଜାମିନ ଆବେଦନର ଗତ ସପ୍ତାହରେ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ତାରିଖ ଅଗଷ୍ଟ ୧୮କୁ ଧାର୍ଯ୍ୟ କରିଥିଲେ। ଅଗଷ୍ଟ ୧୮ରେ ଓଟିଇଟି ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ଗିରଫ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ଜାମିନ ଆବେଦନଗୁଡ଼ିକର କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଶୁଣାଣି ହେବାକୁ ଥିବାବେଳେ କ୍ରାଇମବ୍ରାଞ୍ଚ ତରଫରୁ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସମ୍ପର୍କିତ ତଥ୍ୟ ଦାଖଲ କରାଯିବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ମାଧ୍ୟମରେ ୬ଟି ଜିଲ୍ଲାରେ ପ୍ରଶ୍ନପତ୍ର ବିକ୍ରି କରାଯାଇଥିବା ଜାଣିବାକୁ ପାଇଥିଲା। ଏଭଳି ପ୍ରମାଣ ମିଳିବା ପରେ କ୍ରାଇମବ୍ରାଞ୍ଚ ବୋର୍ଡ ଉପସଭାପତି ଡକ୍ଟର ମହାନ୍ତିଙ୍କୁ ଗିରଫ କରିଥିଲା।