ଓ ଟିଭିକୁ ବିଧାନସଭା ସ୍ବାଧିକାର କମିଟିର ସମନ୍

ଭୁବନେଶ୍ବର : ଓ ଟିଭି ବିରୋଧରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଆଣିଥିବା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ମାମଲାରେ ବିଧାନସଭା ସ୍ବାଧିକାର କମିଟି ଓ ଟିଭିକୁ ସମନ୍ କରିଛି। ଆସନ୍ତା ୨୮ ତାରିଖରେ ଓ ଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ କମିଟି ସମ୍ମୁଖରେ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି। ଆଜି ବିଧାନସଭା ସ୍ବାଧିକାର କମିଟିରେ ଏହି ନିଷ୍ପତ୍ତି ହୋଇଛି। ଗତ ନଭେମ୍ବର ୧୯ ତାରିଖରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ଓ ଟିଭି ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଅଣାଯାଇଥିଲା।

ସମ୍ବନ୍ଧିତ ଖବର