ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନ ସିପିଜିଏସ୍(ସେଣ୍ଟର ଫର୍ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡିଜ୍)ର ୩ଟି ବିଭାଗର ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏମ୍ସିଏ, ବାୟୋ-ଇନ୍ଫରମେଟିକ୍ସ ଓ ଏବିଏମ୍(ଏଗ୍ରି ବିଜନେସ୍ ମ୍ୟାନେଜ୍ମେଣ୍ଟ) ବିଭାଗର ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଏମ୍ସିଏରେ ଭେଙ୍କଟେସ୍ ନାଇଡୁ ୮.୭୭ ସିଜିପିଏ, ବାୟୋ-ଇନ୍ଫରମେଟିକ୍ସରେ ପ୍ରଦୀପ ପ୍ରିୟଦର୍ଶୀ ଦାଶ ୮.୩୦ ସିଜିପିଏ, ଏବିଏମ୍ରେ ଅର୍ପିତା ପ୍ରୀତମ୍ ୮.୮୨ ସିଜିପିଏ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉକ୍ତ ୩ ବିଭାଗରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସିପିଜିଏସ୍ର ଡିନ୍ ଭବେନ୍ଦ୍ର ବୈଶାଖ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଭବିଷ୍ୟତ ଜୀବନର ଉନ୍ନତି କାମନା କରିଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ୟମ ଓ ପ୍ରଚେଷ୍ଠା ଲାଗି ଛାତ୍ରଛାତ୍ରୀ ଆଜି ଭଲ ପ୍ରଦର୍ଶନ କରିପାରିଛନ୍ତି ବୋଲି ସେ କହିଛନ୍ତି।
ଓୟୁଏଟି ସିପିଜିଏସ୍ ପରୀକ୍ଷା ଫଳ ପ୍ରକାଶ
/sambad/media/post_attachments/wp-content/uploads/2019/05/ouat-fa.jpg)