ଓୟୁଏଟି ଡିନ୍‌ଙ୍କ ଦହ୍ୟା ହାଇସ୍କୁଲ ପରିଦର୍ଶନ

ବାଉଁଶୁଣି: ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ଡିନ୍ ଡ. ସଂଗ୍ରାମ କେଶରୀ ସ୍ୱାଇଁ ଶନିବାର ବୌଦ୍ଧ ବ୍ଲକ୍‌ ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲ ପରିଦର୍ଶନ କରିଥିଲେ। ଡ. ସ୍ୱାଇଁ ବଲାଙ୍ଗୀର ଗସ୍ତରେ ଆସିଥିବା ବେ​ଳେ ସ୍କୁଲକୁ ଆସି ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ଆଲୋଚନା କରିଥିଲେ।

୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ପାଳନ କରାଯାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଲେଟ ମିସନ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ଏ ଅବସରରେ ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ଡ. ସ୍ୱାଇଁ ମାଣ୍ଡିଆ ଓ ଅନ୍ୟାନ୍ୟ ଲଘୁଦାନା ଶସ୍ୟର ମୂଲ୍ୟଯୁକ୍ତ ଉତ୍ପାଦନ ସମ୍ପର୍କରେ ଅବଗତ କରିଥିଲେ। ପରିଦର୍ଶନ ସମୟରେ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ବାଇଁଙ୍କ ସହିତ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର