ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନ କଲେଜଗୁଡ଼ିକରେ ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ସେପ୍ଟେମ୍ବର ୨୭ରୁ ୩୦ ମଧ୍ୟରେ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମୋଡ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଲାଗି ଛାତ୍ରଛାତ୍ରୀ ଅଗଷ୍ଟ ୩୧ ସୁଦ୍ଧା ଆବେଦନ କରିପାରିବେ।
ଇତି ମଧ୍ୟରେ www.ouat.nic.in ଓ http://ouat-lokaseba-odisha.in ୱେବସାଇଟ୍ରେ ଫର୍ମ-ଏ ଉପଲବ୍ଧ ହେଉଛି। ସେପ୍ଟେମ୍ବର ୧୬ରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ୍, ସେପ୍ଟେମ୍ବର ୬ରୁ ୨୫ ଯାଏ ମକ୍ ଟେଷ୍ଟ ଅନୁଷ୍ଠିତ ହେବ। ନଭେମ୍ବର ୧୬ରୁ ଡିସେମ୍ବର ୭ ମଧ୍ୟରେ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଫର୍ମ-ବି ପୂରଣ କରିପାରିବେ। ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କମନ୍ ସର୍ଭିସ୍ ସେଣ୍ଟର ଖୋଲାଯାଇଛି।
ଆବେଦନ ଓ ନାମଲେଖା ସମ୍ପର୍କରେ ଅଧିକ ସୂଚନା ଲାଗି ହେଲ୍ପ ଲାଇନ୍ ନମ୍ବର-୯୯୩୮୮୩୮୫୩୮ ଜାରି ହୋଇଛି। ଏଥିସହ ଆଡମିଟ୍ କାର୍ଡ ଓ ଅନ୍ଲାଇନ୍ ପରୀକ୍ଷା ଲାଗି ହେଲ୍ପ ଲାଇନ୍ ନମ୍ବର ୯୦୭୧୧୨୩୪୨୨ ମଧ୍ୟ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି।