ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଧାରିତ ଅନୁଯାୟୀ ଆସନ୍ତା ୧୯ ତାରିଖରେ ହେବ। ତାରିଖରେ କୌଣସି ବି ପରିବର୍ତନ କରାଯାଇ ନାହିଁ। ମେ’ ୧୯ ପୂର୍ବାହ୍ନ ୧୦ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସହରର ୬୯ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ‘www.ouat.nic.in’ ଓ ‘http:/csc.lokaseba-odisha.in’ ରେ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ପ୍ରଥମ ପସନ୍ଦର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ। ପରୀକ୍ଷାର୍ଥୀମାନେ ଫର୍ମ ‘ଏ’ ଭରିଥିବା ମୋବାଇଲ୍ ନମ୍ବର ଓ ୟୁଜର ଆଇଡି ଏବଂ ପାସ୍ୱାର୍ଡ ବ୍ୟବହାର କରି ଉପରୋକ୍ତ ୱେବସାଇଟ୍ରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପୁରୀ କେନ୍ଦ୍ର ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସେମାନଙ୍କ ରୋଲ୍ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଜାଣିପାରିବେ। ଫନି ଜନିତ କ୍ଷୟକ୍ଷତି ପାଇଁ ପୁରୀରେ ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଛି। ତେଣୁ ଯଦି କୌଣସି ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ଡାଉନ୍ଲୋଡ କରି ପାରି ନଥିବେ, ସେମାନେ ପରୀକ୍ଷା ପୂର୍ବଦିନ ସମ୍ପୃକ୍ତ କେନ୍ଦ୍ରରୁ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ସେମାନଙ୍କ ଆଡମିଟ୍ କାର୍ଡ ପାଇପାରିବେ ବୋଲି ବିଶ୍ବବିଦ୍ୟାଳୟ କୁଳସଚିବ କହିଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଫଟୋ ପରିଚୟପତ୍ର ଆଣିବା ଆବଶ୍ୟକ।
୧୯ରେ ଓୟୁଏଟି ପ୍ରବେଶିକା ପରୀକ୍ଷା, ଉପଲବ୍ଧ ହେଲା ଆଡମିଟ୍ କାର୍ଡ
/sambad/media/post_attachments/wp-content/uploads/2019/05/ouat-fa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)