ଓୟୁଏଟି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ, ଜୁଲାଇ ୨୩ରୁ ୨୭ ପର୍ଯ୍ୟନ୍ତ କାଉନ୍‌ସେଲିଂ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନ ମହାବିଦ୍ୟାଳୟଗୁଡ଼ିକରେ ପ୍ରାକ୍‌ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାର ଫଳ ଆଜି ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ‘www.lokaseba-odisha.in’ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ପାଇପାରିବେ। ଏଥିସହ ‘www.ouat.nic.in’ରେ ଥିବା ଲିଙ୍କ୍‌ରେ ମଧ୍ୟରେ ପରୀକ୍ଷାର୍ଥୀ ମାର୍କ ଓ ର‍୍ୟାଙ୍କ୍‌ ଜାଣିପାରିବେ। ଚଳିତବର୍ଷ ପରୀକ୍ଷା ଦେଇଥିବା ୩୪ ହଜାର ୭୦୧ ଜଣ ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ ପ୍ରଦାନ କରାଯାଇଥିବା ଓୟୁଏଟି ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ର‍୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀଙ୍କ ଫର୍ମ-ବି ପୂରଣ କରିବାର ଶେଷ ତାରିଖ ଜୁନ୍‌ ୧୦ରେ ରଖାଯାଇଛି। ଏଥିପାଇଁ ପ୍ରବେଶିକା ପରୀକ୍ଷା ଦେଇଥିବା ଓ ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ‘www.ouat.nic.in’ ଓ ‘www.lokaseba-odisha.in’ ମାଧ୍ୟମରେ ଫର୍ମ-ବି ପୂରଣ କରିପାରିବେ। ପ୍ରାର୍ଥୀମାନ ପୂରଣ କରିଥିବା ଫର୍ମ-ବିରେ ଯଦି ତ୍ରୁଟି ରହିଥିବ ତେବେ ଛାତ୍ରଛାତ୍ରୀ ଜୁନ୍‌ ୧୧ରୁ ୧୩ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ତାହାକୁ ସଂଶୋଧନ କରିପାରିବେ। ବିଭିନ୍ନ କଲେଜରେ ନାମଲେଖା ପାଇଁ ଜୁଲାଇ ୨୩ରୁ ୨୭ ତାରିଖ ମଧ୍ୟରେ ଓୟୁଏଟି ଭୁବନେଶ୍ୱର କ୍ୟାମ୍ପସ୍‌ରେ କାଉନ୍‌ସେଲିଂ ଅନୁଷ୍ଠିତ ହେବ। ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ସବିଶେଷ ତଥ୍ୟ ଓୟୁଏଟି େଓ୍ଵବସାଇଟ୍‌ ‘www.ouat.nic.in’ ରେ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀ ସେଠାରୁ ଅଧିକ ତଥ୍ୟ ଜାଣିପାରିବେ। ଗତ ଏପ୍ରିଲ ୨୯ରେ ଓୟୁଏଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର