୧୫ରେ ଓୟୁଏଟି ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ସ୍ନାତକୋତ୍ତର(ପିଜି)ପାଠ୍ୟକ୍ରମର ଏକକ ପ୍ରବେଶିକା ପରୀକ୍ଷା ନଭେମ୍ବର ୧୫ରେ ଅନୁଷ୍ଠିତ ହେବ। ଓୟୁଏଟିର ୪ଟି ମହାବିଦ୍ୟାଳୟରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ୧୫ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ଛାତ୍ରଛାତ୍ରୀ ୩ ତାରିଖରୁ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରେ ଲଗ୍‌ ଇନ୍‌ କରି ସେମାନଙ୍କର ଆଡମିଟ୍‌ କାର୍ଡ ପାଇପାରିବେ। ୨୦୨୦-୨୧ ଶିକ୍ଷାବର୍ଷରେ କୃଷି, ବନ, ମତ୍ସ୍ୟ, କୃଷି ଯାନ୍ତ୍ରିକ, ପଶୁ ସମ୍ପଦ ଭଳି ବିଭିନ୍ନ ପିଜି ଓ ପିଏଚ୍‌ଡି ପାଠ୍ୟକ୍ରମ ପାଇଁ ୧୨୦୫ ଛାତ୍ରଛାତ୍ରୀ ଆବେଦନ କରିଥିବା ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର