ବାର୍ଡ ଫ୍ଲୁ ଚିହ୍ନଟ ପରେ ତିନିମାସ ପର୍ଯ୍ୟନ୍ତ ସିଲ୍‌ ହେଲା ଓୟୁଏଟି, ଲାଗିଲା ଲାଲ ପତାକା

ଭୁବନେଶ୍ୱର : ବାର୍ଡ ଫ୍ଲୁ ଚିହ୍ନଟ ପରେ ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ(ଓୟୁଏଟି) ଫାର୍ମକୁ ସିଲ୍‌ କରି ଦିଆଯାଇଛି। ଏହି ଫାର୍ମକୁ ସିଲ୍‌ କରିବା ସହ କର୍ତ୍ତୃପକ୍ଷ ଲାଲ ପତାକା ମଧ୍ୟ ଲଗାଇଛନ୍ତି। ଏହି ଫାର୍ମ ତିନିମାସ ପର୍ଯ୍ୟନ୍ତ ସିଲ୍‌ ରହିବା ସହିତ ପ୍ରତି ୧୫ଦିନରେ ଥରେ ବିଶୋଧନ କରାଯିବ। ଏଥିସହିତ ୧ବର୍ଷ ଯାଏଁ ଏହି ଫାର୍ମରେ କୁକୁଡ଼ା ପ୍ରଜନନକୁ ବନ୍ଦ କରାଯିବ ବୋଲି ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ସୂଚନା ଦେଇଛନ୍ତି।

ଜାନୁଆରି ୨୭ ତାରିଖରେ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ(ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ବାର୍ଡ ଫ୍ଲୁ ସ୍ଥିତିର ଅନୁଧ୍ୟାନ କରିଥିଲେ। ଠିକ୍‌ ସମୟରେ ଭୂତାଣୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯାଇଥିବାରୁ ବାର୍ଡ-ଫ୍ଲୁକୁ ରୋକାଯାଇ ପାରିଥିଲା ବୋଲି କୁହାଯାଉଛି। ତେଣୁ ଭୟଭୀତ ନ ହେବାକୁ ପ୍ରତିନିଧିଦଳ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର