କଟକ : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଷ୍ଟୁଡେଣ୍ଟସ୍ ୱେଲଫେୟାରର ଡିନ୍ ନିଯୁକ୍ତି ପାଇଁ ପ୍ରକାଶିତ ସାନି ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ ୨୦୧୮, ଏପ୍ରିଲ ୨୬ର ବିଜ୍ଞପ୍ତି ଆଧାରରେ ପୂର୍ବରୁ ଡିନ୍ ନିଯୁକ୍ତି ପାଇଁ ଅନୁଷ୍ଠିତ ଚୟନ ପ୍ରକ୍ରିୟା ବାତିଲ ସଂପର୍କିତ ୨୦୧୯, ଅଗଷ୍ଟ ୧୯ର ନିଷ୍ପତ୍ତିକୁ ହାଇକୋର୍ଟ ଖାରଜ କରିଛନ୍ତି। ଷ୍ଟାଣ୍ଡିଂ ଚୟନ କମିଟି ପକ୍ଷରୁ ଚୟନ କରାଯାଇଥିବା ଆବେଦନକାରୀଙ୍କୁ ଷ୍ଟୁଡେଣ୍ଟସ୍ ୱେଲଫେୟାରର ଡିନ୍ ଭାବେ ନିଯୁକ୍ତି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ ଲାଗି ଓୟୁଏଟି କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ମନୋଜ କୁମାର ଘୋଷାଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp