ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେବାକୁ ଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି)ରେ ସାମିଲ ହେବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)। ଓୟୁଏଟିର ତିନିଟି ପାଠ୍ୟକ୍ରମର ନାମଲେଖା ସିପିଇଟି ମାଧ୍ୟମରେ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓୟୁଏଟି କୁଳସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଚିଠିରେ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି। ଓୟୁଏଟିର ୩ ପାଠ୍ୟକ୍ରମ ଯଥା ମାଷ୍ଟର ଇନ୍ କମ୍ପ୍ୟୁଟର ଆପ୍ଲିକେସନ୍ (ଏମ୍ସିଏ) ପାଠ୍ୟକ୍ରମର ୬୦ ସିଟ୍ ସହ ଏମ୍ଏସ୍ସି (ବାଇଓଇନ୍ଫରମେଟିକ) ଓ ଏମ୍ବିଏ (ଏଗ୍ରି ବିଜନେସ୍ ମ୍ୟାନେଜମେଣ୍ଟ) ପାଠ୍ୟକ୍ରମର ୩୨ଟି ଲେଖାଏ ସିଟ୍ରେ ନାମଲେଖା କରାଯିବ। ଏନେଇ ଉଚ୍ଚଶିକ୍ଷା ପରିଷଦ ସହ ଯୋଗାଯୋଗ କରିବାକୁ ଓୟୁଏଟି କୁଳସଚିବଙ୍କୁ କୁହାଯାଇଛି।
ସିପିଇଟିରେ ସାମିଲ ହେବ ଓୟୁଏଟି
/sambad/media/post_attachments/wp-content/uploads/2022/05/ouat.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)