ପୁଅର ଅସୁସ୍ଥତା ଓୟୁଏଟିର ମହିଳା ସହକାରୀ ପ୍ରଫେସରଙ୍କ ଆତ୍ମହତ୍ୟାର କାରଣ!

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ମହିଳା ସହକାରୀ ପ୍ରଫେସର ବାସନ୍ତୀ ଜେନାଙ୍କ ଆତ୍ମହତ୍ୟାର କାରଣ ସାମ୍ନାକୁ ଆସିଛି। ଏନେଇ ମୁହଁ ଖୋଲିଛନ୍ତି ବାସନ୍ତୀ ଜେନାଙ୍କ ସ୍ବାମୀ ସହକାରୀ ପ୍ରଫେସର ଦେବୀପ୍ରସନ୍ନ ଦାସ। ସେ କହିଛନ୍ତି, ପତ୍ନୀ ଦୀର୍ଘ ଦିନ ଧରି ପୁଅର ଅସୁସ୍ଥତା ନେଇ ଚିନ୍ତିତ ଥିଲେ। ପୁଅ ଠିକ୍ ନଥିବା ହେତୁ ସେ ସବୁବେଳେ ବ୍ୟସ୍ତ ହେଉଥିଲେ। ଗତକାଲି ବି ସେ ଅଫିସକୁ ଯାଇଥିଲେ। ହେଲେ ଆତ୍ମହତ୍ୟା କରିବେ ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ଉଭୟଙ୍କ ଭିତରେ ସଂପର୍କ ଖୁବ୍ ମଜଭୁତ ଥିଲା। ସେଦୁହେଁ ପ୍ରେମ ବିବାହ କରିଥିଲେ।ସେମାନେ ବିଶ୍ବବିଦ୍ୟାଳୟ କ୍ବାର୍ଟର୍ସରେ ରୁହନ୍ତି।

ସୂଚନାଯୋଗ୍ୟ, ଗତକାଲି ବାସନ୍ତୀ ଜେନାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ମାର୍ଗ (ଶବ ସଂରକ୍ଷିତ ଗୃହ)ରେ ରଖାଯାଇଛି। ଆଜି ପଞ୍ଚନାମା ଓ ପ୍ରାଥମିକ ଅନୁସନ୍ଧାନ ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଓୟୁଏଟିର ଏକାଧିକ ଅଧ୍ୟାପକ, କର୍ମଚାରୀ ହସ୍ପିଟାଲରେ ପହଞ୍ଚିଥିଲେ। ବିଳମ୍ବିତ ରାତିରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଳମ୍ବିତ ରାତିରେ ବେକରେ ଏକ ଲୁଗା ବାନ୍ଧି ବାସନ୍ତୀ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି।

ସମ୍ବନ୍ଧିତ ଖବର