ଭୁବନେଶ୍ବର: ଭାଷାଜ୍ଞାନ ଓ ରକ୍ତଦାନ କାର୍ଯ୍ୟକ୍ରମର ସଫଳତା ପରେ ‘ଆମ ଓଡ଼ିଶା’ ତରଫରୁ ‘ସମ୍ବାଦ’ ପରିବାରର ସହଯୋଗରେ ଆଉ ଏକ ଅଭିନବ କାର୍ଯ୍ୟକ୍ରମ ସୋମବାର ଦିନ ରାକ୍ଷୀ ପୂର୍ଣ୍ଣିମାରେ ଆରମ୍ଭ ହେଉଛି। ତାହା ହେଲା ନିଶା ନିବାରଣ। ରାଜ୍ୟର ସବୁ ବ୍ଲକ୍ ଓ ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥି ପାଇଁ ୪୨୧ଟି କେନ୍ଦ୍ର କରାଯାଇଛି। ଏଠାରେ ଭଉଣୀମାନେ ନିଶା ନିବାରଣ ବ୍ରତ ପାଳନ କରି ଭାଇଙ୍କୁ ରାକ୍ଷୀ ପିନ୍ଧାଇବେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନାଗରିକ ସମାଜ ସହଯୋଗର ହାତ ବଢ଼ାଇବା ପାଇଁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନିଶା ଯୋଗୁଁ ଯୁବଗୋଷ୍ଠୀଙ୍କ ଯେଉଁ ଅବସ୍ଥା ହେବାକୁ ଯାଉଛି ତାହା ସଂପର୍କରେ ସମସ୍ତେ ଉଣା ଅଧିକେ ଅନୁଭବ କରୁଛନ୍ତି। ତାହାକୁ ଲକ୍ଷ୍ୟରେ ରଖି ନିଶା ନିବାରଣ କରିବା ପାଇଁ ଆଗେଇ ଆସିଛୁ। ରାଜ୍ୟ ସରକାର ମଧ୍ୟ ନିଜର ମତ, ନୀତି ଘୋଷଣା କରୁଛନ୍ତି ଓ କିଛି କିଛି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏସବୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାରଙ୍କ ଉପରେ ବିଭିନ୍ନ ଚାପ ପଡ଼ୁଛି, ଯାହାଫଳରେ ଏହାର ଆଶାନୁରୂପ ଫଳ ମିଳିପାରୁନାହିଁ। ତେଣୁ ଏହି କାର୍ଯ୍ୟକ୍ରମକୁ ଯଦି ନାଗରିକ ସମାଜ ନିଜ ହାତକୁ ନେଇ ଘରେ ଘରେ ସମସ୍ତଙ୍କୁ ସଚେତନ କରିପାରିଲେ ଏହା ନିଶ୍ଚିତ ଭାବେ ସଫଳ ହେବ। ଏହାକୁ ଲକ୍ଷ୍ୟ ରଖି ଆସନ୍ତା ୧୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ଏହି କାର୍ଯକ୍ରମର ଶୁଭାରମ୍ଭ ହେବ। ରକ୍ତ ଦାନ ଓ ଭାଷା ଜ୍ଞାନ ଭଳି ନିଶା ନିବାରଣ କାର୍ଯ୍ୟକ୍ରମ ମଧ୍ୟ ସଫଳ ହେବ ବୋଲି ସେ ଆଶାପ୍ରକଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/gjdgjgjdgj.jpg)