୭୬ ନୂଆ କରୋନା ପଜିଟିଭଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ଆସିଛନ୍ତି ୩୧ ଜଣ

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୭୬ ଜଣ କରୋନା ଆକ୍ରାନ୍ତଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର | ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬ ଜଣ ପଜିଟିଭଙ୍କ ମଧ୍ୟରୁ ୮ ଜଣ ମହାରାଷ୍ଟ୍ରରୁ ଫେରିଥିବାବେଳେ ୫ ଜଣ ପଶ୍ଚିମବଙ୍ଗ, ଜଣେ ଲେଖାଏଁ ଆନ୍ଧ୍ରପ୍ରଦେଶ,ଗୁଜୁରାଟ ଓ ତାମିଲନାଡ଼ୁରୁ ଫେରିଥିଲେ | ସେହିପରି ନୂଆପଡାର ୧୩ ଜଣ ପଜିଟିଭଙ୍କ ମଧ୍ୟରୁ ୧୨ ଜଣ ମହାରାଷ୍ଟ୍ରରୁ ଫେରିଥିବାବେଳେ ଜଣେ ଗୁଜୁରାଟରୁ ଫେରିଥିଲେ | ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପଶ୍ଚିମବଙ୍ଗ ଓ ୪ ଜଣ ମହାରାଷ୍ଟ୍ରରୁ ଫେରିଥିଲେ |

image source–cdc

କଟକର ୧୧ ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ ୮ ଜଣ ଗୁଜୁରାଟ, ୨ଜଣ ମହାରାଷ୍ଟ୍ର ଓ ଜଣେ ତାମିଲନାଡୁରୁ ଫେରିଥିଲେ | ବାଲେଶ୍ୱରର ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଓ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ | ନୟାଗଡ଼ର ୨ ଜଣ ଆକ୍ରାନ୍ତ ସୁରତରୁ ଫେରିଥିବାବେଳେ ସୁନ୍ଦରଗଡ଼ର ୨ ପଜିଟିଭଙ୍କ ମଧ୍ୟରୁ ଜଣେ ଝାଡ଼ଖଣ୍ଡ ଓ ଆଉ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ | ସେହିପରି ଖୋର୍ଦ୍ଧାର ୧୩ ଜଣ ପଜିଟିଭଙ୍କ ମଧ୍ୟରୁ ୧୦ ଜଣ ସୁରତରୁ ଫେରିଥିବାବେଳେ ୩ ଜଣ ମହାରାଷ୍ଟ୍ରରୁ ଫେରିଥିଲେ |


ଗଞ୍ଜାମର ୧୦ ଜଣ ପଜିଟିଭଙ୍କ ମଧ୍ୟରୁ ୬ ଜଣ ସୁରତରୁ ଫେରିଥିବାବେଳେ ୨ ଜଣ ସ୍ଥାନୀୟ କେସ ବୋଲି ଜଣାପଡିଛି | ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୧୫୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୫୩ଟି ସକ୍ରିୟ ମାମଲା ରହିଛି | ସେହିପରି ୭୩୩ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି | ଏଠାରେ ସୂଚନା ଥାଉ କି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ଯାଜପୁର ରହିଛି | ଏଠାରେ ୨୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୩୯ଟି କରୋନା ପଜିଟିଭ ସହ ତୃତୀୟରେ ବାଲେଶ୍ୱର ଜିଲ୍ଲା ରହିଛି |

ସମ୍ବନ୍ଧିତ ଖବର