ବାରିପଦା : ନିୟନ୍ତ୍ରଣ ବାହାରେ ସଂକ୍ରମଣ, ବଢ଼ୁଛି ମୃତ୍ୟୁସଂଖ୍ୟା

ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୮ ହଜାର ୬୨୦

ନମୁନା ପରୀକ୍ଷା କମିଛି, ମାତ୍ର ସଂକ୍ରମଣ ହାର ବଢ଼ିଛି
ନୂଆ ୧୩୧ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
୭ହଜାର ଟପିଲା ସୁସ୍ଥ ସଂଖ୍ୟା

ବାରିପଦା : ଜିଲ୍ଲାରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି ମହାମାରୀ କରୋନା। ବର୍ତ୍ତମାନ ସମୟରେ ଜିଲ୍ଲାରେ ନମୁନା ପରୀକ୍ଷଣକୁ କମ୍ କରାଯାଇଛି। ମାତ୍ର ସଂକ୍ରମଣର ହାର ବୃଦ୍ଧି ପାଇଛି। ପୂର୍ବରୁ ପ୍ରତି ଶହେ ନମୁନାରେ ବାହାରୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଆଖିଦୃଶିଆ ବୃଦ୍ଧିପାଇଛି। ସେହିପରି ଜିଲ୍ଲାରେ କରୋନାଜନିତ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମଶଃ ବଢ଼ୁଛି। ଆଉ ଏହାର ସ୍ପଷ୍ଟ ଉଦାହରଣ ହେଉଛି ଆକ୍ରାନ୍ତଙ୍କ ଶବ ସଂସ୍କାର। ପ୍ରତିଦିନ ସ୍ଥାନୀୟ କୋଭିଡ୍ ହସ୍ପିଟାଲରୁ ହେଉ ଅବା ଗୁରୁତର ହୋଇ କଟକ ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା କରୋନା ରୋଗୀ ମୃତ୍ୟୁବରଣ କରୁଥିବା ଭଳି ଦୁଃଖଦାୟକ ତଥ୍ୟ ସାମ୍ନାକୁ ଆସୁଛି।

ଆଜି ଜିଲ୍ଲାରୁ ପୁଣି ୧୩୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୨୦କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୭ହଜାର ଅତିକ୍ରମ କରି ୭ ହଜାର ୩୩୮ ଛୁଇଁଛି। ସେହିପରି ସକ୍ରିୟ ସଂଖ୍ୟା ୧ ହଜାର ୨୫୫ ରହିଛି। ଜିଲ୍ଲାରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୭ ଥିବା କୁହାଯାଉଥିବା ବେଳେ ଆଜି କିନ୍ତୁ କେବଳ ବାରିପଦାରୁ ୨ଜଣ କରୋନାଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ ବୋଲି ବେସରକାରୀ ଭାବେ ଜଣାପଡ଼ିଛି।

ସମ୍ବନ୍ଧିତ ଖବର