‘ଆଉଟରିଚ୍‌’ର ସମର୍ କ୍ୟାମ୍ପ‌ରେ ଆଙ୍କର ଟ୍ରେନିଂ

ଭୁବନେଶ୍ବର : ଦିନକୁ ଦିନ ଗଣମାଧ୍ୟମ ଶିଳ୍ପର ଗୁରୁତ୍ୱ ଓ କଳେବର ବୃଦ୍ଧି ପାଉଥିବାରୁ ଏଥିରେ କ୍ୟାରିୟର୍‌ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି। ବିଶେଷକରି ଟେଲିଭିଜନ୍ ଓ ରେଡିଓ ପରି ଇଲେକ୍ଟ୍ରୋନିକ୍ ମିଡିଆରେ ଆଙ୍କରିଂ ପାଇଁ ବହୁ ଯୁବକ/ଯୁବତୀଙ୍କ ସ୍ୱପ୍ନ ରହିଛି। ଏହାଛଡ଼ା ଷ୍ଟେଜ୍‌ରେ ଆଙ୍କରିଂ ମଧ୍ୟ ଭଲ ରୋଜଗାରର ଏକ ମାଧ୍ୟମ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଆଉଟରିଚ୍‌ ପକ୍ଷରୁ ୧୫ ଦିନିଆ ଏକ ସମର୍ ଟ୍ରେନିଂ କ୍ୟାମ୍ପ୍ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି। ଏହି କ୍ୟାମ୍ପରେ ରାଜ୍ୟର ବହୁ ଲୋକପ୍ରିୟ ଟେଲିଭିଜନ, ରେଡିଓ ଓ ଷ୍ଟେଜ୍ ଆଙ୍କର, ଏକ୍ସପର୍ଟ ଓ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ତାଲିମ ଦେବେ। ଏହି ଟ୍ରେନିଂରେ ଟିଭି ନ୍ୟୁଜ୍ ଆଙ୍କରିଂ, ଟିଭି ପ୍ରୋଗ୍ରାମ୍ ଆଙ୍କରିଂ, ଲାଇଭ ରିପୋର୍ଟିଂ, ରେଡିଓ ନ୍ୟୁଜ୍ ରିଡିଂ, ଭଏସ୍ ଓଭର୍ ଓ ଷ୍ଟେଜ୍ ଆଙ୍କରିଂ ଆଦି ବିଷୟରେ ତାଲିମ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଆୟୋଜକ ଆଉଟରିଚ୍‌ର ମୁଖ୍ୟ ସୁବ୍ରତ କୁମାର ପତି। ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନ୍ ପରିଦର୍ଶନରେ ନିଆଯିବା ସହ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯିବ। ଦୂରରୁ ଆସିବାକୁ ଥିବା ଅଂଶଗ୍ରହଣକାରୀଙ୍କ ପାଇଁ ହଷ୍ଟେଲର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଆଗ୍ରହୀ ବ୍ୟକ୍ତି ମୋ: ୭୬୮୩୮୭୦୮୧୩ ନମ୍ବରରେ ଯୋଗଯୋଗ କରିପାରିବେ।

ସମ୍ବନ୍ଧିତ ଖବର