ରେଡ଼ିଓକୁ ନେଇ ସମର୍‌ ଟ୍ରେନିଂ ଓ୍ଵାର୍କସପ୍‌

ଭୁବନେଶ୍ୱର : ରାଜ୍ୟରେ ନୂଆ ନୂଆ ରେଡିଓ ଷ୍ଟେସନ୍‌ ଖୋଲୁଥିବାରୁ ଏଥିରେ କ୍ୟାରିୟର ପାଇଁ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ବଢୁଥିବା ଦେଖିବାକୁ ମିଳୁଛି । ତେବେ ରାଜ୍ୟରେ ରେଡିଓରେ କ୍ୟାରିୟର ପାଇଁ ଆବଶ୍ୟକତା ଅନୁସାରେ ଶିକ୍ଷାଗ୍ରହଣ ଓ ଟ୍ରେନିଂର ସୁବିଧା ଉପଲବ୍ଧ ନାହିିଁ । ଏହାକୁ ଦୃଷ୍ଟିରେ ରଖି ଆଉଟ୍‌ରିଚ୍‌ ଆୟୋଜନ କରିବାକୁ ଯାଉଛି ଏକ ୧୫ ଦିନିଆ କର୍ମଶାଳା ।

ଏହି କର୍ମଶାଳାରେ ରେଡିଓ ସ୍କ୍ରିପ୍ଟ୍‌ ଲେଖିବା, ଲାଇଭ୍‌ କାର୍ଯ୍ୟକ୍ରମ ଉପସ୍ଥାପନା, ଉଚ୍ଚାରଣ ଓ ମଡ୍ୟୁଲେସନ୍‌, ଆଉଟ୍‌ଷ୍ଟେସନ୍‌ ବ୍ରଡକାଷ୍ଟ, ରେଡିଓ ନ୍ୟୁଜ୍‌ ଉପସ୍ଥାପନା, ଫୋନ୍‌ ଇନ୍‌, ଡବିଂ, ଭଏସ୍‌ ଆକ୍ଟିଂ, ମ୍ୟୁଜିକ୍‌ ମ୍ୟାନେଜ୍‌ମେଂଟ୍‌, ଲୋକ ସେବା ପ୍ରସାରଣ ଆଦି ବିଭିନ୍ନ ବିଷୟରେ ତାଲିମ୍‌ ଦିଆଯିବା କର୍ମଶାଳାରେ ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ରେଡିଓ ଷ୍ଟେସନ୍‌ ପରିଦର୍ଶନରେ ନିଆଯିବା ସହ ପ୍ରାକ୍ଟିକାଲ ଟ୍ରେନିଂରେ ଷ୍ଟୁଡିଓରେ କାର୍ଯ୍ୟ କରିବାକୁ ଦିଆଯିବ । ଏହାଛଡା ବ୍ୟକ୍ତିତ୍ୱ ବିକାଶ ଓ ଶାରୀରିକ ହାବଭାବ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉପହାର ଭାବେ ଏକ ରେଡିଓ ସେଟ୍‌ ଓ ପ୍ରମାଣପତ୍ର ମଧ୍ୟ ମିଳିବ ।

ଏଥିରେ ସାମିଲ ହେବାପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମ୍‌ରେ +୨ ହୋଇଥିବା ଆବଶ୍ୟକା ଏଥିରେ ଭାଗନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଧିଷ୍ଟ ବୟସସୀମା ରଖାଯାଇ ନାହିଁ । ରାଜ୍ୟର ଲୋକପ୍ରିୟ ରେଡିଓ ପ୍ରସାରକ, ଆରଜେ ଓ ବିଶେଷଜ୍ଞମାନେ ଏଠାରେ ଟ୍ରେନିଂ ପ୍ରଦାନ କରିବେ । ଏହି କର୍ମଶାଳାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ବା ବ୍ୟକ୍ତି ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିବାକୁ ଆୟୋଜକ ସଂସ୍ଥା ଆଉଟ୍‌ରିଚ୍‌ ପକ୍ଷରୁ କୁହାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ଆଉଟ୍‌ରିଚ୍‌ ପୁର୍ବରୁ ଏଭଳି କର୍ମଶାଳାମାନ ଆୟୋଜନ କରିସାରିଛି । ଏଥିରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେକ ବିଭିନ୍ନ ରେଡିଓ ଷ୍ଟେସନରେ କାର୍ଯ୍ୟ କରୁଛନ୍ତି । ରେଡିଓର ଲୋକପ୍ରିୟତା ବୃଦ୍ଧି ଓ ଯୁବବର୍ଗଙ୍କୁ ରେଡିଓରେ କ୍ୟାରିୟର କରିବା ପାଇଁ ଉତ୍ସାହିତ କରିବା ଲକ୍ଷରେ ଏହି ସଂସ୍ଥା ନିୟମିତ ବ୍ୟବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି ।

ସମ୍ବନ୍ଧିତ ଖବର