ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଆଉଟସୋର୍ସ ସରକାର ଚାଲିଛି। ତାମିଲ ଭାଷାରେ ଓଡ଼ିଆ କହୁଥିବା ବ୍ୟକ୍ତି ଶାସନ ଚଳାଉଛନ୍ତି, ଯାହାକୁ ପ୍ରତ୍ୟଖାନ କରିବାର ଅଛି। ବାଲେଶ୍ବରରେ ବିଜେପିର କାର୍ଯ୍ୟକର୍ତ୍ତା ବୈଠକରେ ଶନିବାର ସାଂସଦ ଅପରାଜିତା ଷଡ଼ଙ୍ଗୀ କର୍ମୀଙ୍କୁ ବାର୍ତ୍ତା ଦେଇ ଏହା କହିଛନ୍ତି।
ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଦୁଇ ଜଣ ନେତା ହେଲିକପ୍ଟରରେ ବୁଲୁଛନ୍ତି ଆଉ ଭିଡିଓ ବନାଉଛନ୍ତି। ତାକୁ ନେଇ ମିମ ତିଆରି ହେଲାଣି। ୨୪ ବର୍ଷ ପରେ ଆଉ ମ୍ୟାଜିକ ନାହିଁ। ସଭା କରୁଛନ୍ତି। କିନ୍ତୁ ଲୋକ ହେଉନାହାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଜୁନ ୪ରେ ବିଜେଡିର ସମୟ ସରୁଛି। ଆଉ ଜୁନ ୧୦ ନିମନ୍ତ୍ରଣକୁ ଆମକୁ ରଖିବାକୁ ହେବ ବୋଲି ସେ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ତା ସହିତ ୨୫ ବର୍ଷରେ ପାଞ୍ଚ ନମ୍ବରକୁ ବି ଓଡିଶାକୁ ଆଣି ପାରିନାହାନ୍ତି। ତଳଠୁ ବି ପାଞ୍ଚ ସ୍ଥାନ ଉପରକୁ ଆସି ପାରିନି ଓଡ଼ିଶା। ଲୋକ ନିଜେ କହୁଛନ୍ତି ଏଥର ପରିବର୍ତ୍ତନ ଦରକାର। ଲୋକ ବୁଝି ସାରିଛନ୍ତି ହେଲେ ତାକୁ ବୁଥ ପର୍ଯ୍ୟନ୍ତ ନେବା ଆମ କାର୍ଯ୍ୟକର୍ତ୍ତାଙ୍କ କାମ। ତେଣୁ ଦୁଇ ଥର ପଦ୍ମ ଦୁଇ ଗୁଣା ବିକାଶ କଥାକୁ ନେଇ ସବୁ ଭୋଟରଙ୍କ ପାଖରେ ଚର୍ଚ୍ଚା କରିବା ବୋଲି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।
ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/39ee0fca-7fd0-4e37-9be2-d9d0337defef.jpeg)