ଓଭର ଏଜ୍‌ଡ ଅନଏମ୍ପ୍ଲଏଡ ବିଏଡ୍‌/ସିଟି ସଂଘର ଧାରଣା

ଭୁବନେଶ୍ୱର : ୭ ଦଫା ଦାବି ନେଇ ଓଭର ଏଜ୍‌ଡ ଅନଏମ୍ପ୍ଲଏଡ ବିଏଡ୍‌/ସିଟି ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଆରମ୍ଭ ହୋଇଛି। ସଭାପତି ପ୍ରଶାନ୍ତ ନାୟକ ଓ ସଂପାଦକ ତୁସାର ରାଉତରାୟଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଛି।

ସଂଘର ଦାବି ମଧ୍ୟରେ ରହିଛି, ଗତବର୍ଷ ଡିସେମ୍ବର ୨୬ତାରିଖରେ ବିଚାରପତି ଏ.କେ ରଥଙ୍କ ଅନୁମତି ଅନୁଯାୟୀ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ସଂଘ ଆବେଦନ କରିଥିଲା। ମାତ୍ର ବିଚାରପତି ଏସ୍‌.ଏନ୍‌ ପ୍ରସାଦଙ୍କ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ଥିବାରୁ ଆବେଦନକାରୀ ନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର ପୂର୍ବରୁ ବୟସ ସୀମା ୪୨ବର୍ଷରେ ନିଯୁକ୍ତି ଦେଇଛନ୍ତି। ଏହାସହ ଓଟିଇଟି ଉତ୍ତୀର୍ଣ୍ଣ ହୋଇ ନ ଥିବା ଆବେଦନକାରୀଙ୍କୁ ମଧ୍ୟ ନିଯୁକ୍ତି ମିଳିଛି। ତେଣୁ ଏହି ବର୍ଷ ନିଯୁକ୍ତି ପ୍ରକ୍ରିୟାରେ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ଦେବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର