ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସଂପୃକ୍ତ ଅଞ୍ଚଳରେ ଏକ ଲଗୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ବିସ୍ତାର ହୋଇ ରହିଛି। ଆଗାମୀ ଦିନରେ ଏହା ଅଧିକ ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ଏବଂ ତା’ପରେ ୩ ଦିନ ପର୍ଯ୍ୟନ୍ତ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଜି (ମଙ୍ଗଳବାର) ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
କେନ୍ଦ୍ରୀୟ #ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି #ଲଘୁଚାପ ଆଗାମୀ #୪୮ଘଣ୍ଟାରେ ଉତ୍ତର-ପଶ୍ଚିମ ଏବଂ ପରବର୍ତୀ #୩ଦିନ ଯାଇଁ #ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି | ଏହି #ଲଘୁଚାପ ସହ ଜଡିତ #ଘୁର୍ନିବଳୟ ସମୁଦ୍ର #ପତ୍ତନ ଠାରୁ #ବାୟୁମଣ୍ଡଳରେ ୭.୬ କିମି ଯାଇଁ ବ୍ୟାପିଛି | pic.twitter.com/RY6m7OwxFs
— Meteorological Centre, Bhubaneswar (@mcbbsr) October 20, 2020
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୧ ତାରିଖ ମଧ୍ୟାହ୍ନ ସୁଦ୍ଧା ମାଲକାନଗିରି, କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ସେହିପରି ଏହି ସମୟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଞ୍ଜାମ, ଖୋର୍ଧା, ପୁରୀ, ନୟାଗଡ଼, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।
ଅକ୍ଟୋବର ୨୨ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଗଞ୍ଜାମ ଏବଂ ପୁରୀ ଜିଲ୍ଲା ଉପରେ ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
#ଆଜି#ସକାଳ ୦୮.୩୦ ସମୟରେ #ସଂଗ୍ରହ#ପାଣିପାଗ ତଥ୍ୟର #ବିଶ୍ଳେଷଣ ଅନୁସାରେ #ଗତକାଲିର#ଘୁର୍ନିବଳୟ ପ୍ରଭାବରେ #କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ #ଲଘୁଚାପ କ୍ଷେତ୍ର #ସୃଷ୍ଟି ହୋଇଛି ଏବଂ ଏହା ପରବର୍ତୀ #୨୪ଘଣ୍ଟାରେ ଆହୁରି #ଘନୀଭୂତ ହେବାର #ସମ୍ଭାବନା ଅଛି | | pic.twitter.com/empv1OSFS7
— Meteorological Centre, Bhubaneswar (@mcbbsr) October 20, 2020
ଅକ୍ଟୋବର ୨୩ ତାରିଖରେ ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବଲେଶ୍ୱର, ଏବଂ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଅକ୍ଟୋବର ୨୪ ତାରିଖରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।