କାଳୀପୂଜା ଭୋଗଖାଇ ଶତାଧିକ ଅସୁସ୍ଥ

ଭୋଗରାଇ : କାଳୀପୂଜା ଭୋଗ ଖାଇ ଗୋଟିଏ ଗାଁର ଶତାଧିକ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ସୋହରିଆ ପଞ୍ଚାୟତ ରାଇପୁର ଗାଁରେ ଗତ ଗୁରୁବାର ଦିନ ରାତିରେ କାଳୀପୂଜା ହୋଇଥିଲା । ତା’ପରଦିନ ସକାଳେ ଗ୍ରାମବାସୀଙ୍କୁ ପୂଜାରେ ଲାଗିଥିବା ଭୋଗ ସହିତ ପୁରି ଓ ଆଳୁଦମ୍‌ ତିଆରି କରି ଖାଇବାକୁ ଦିଆଯାଇଥିଲା। ପରେ ଭୋଗ ଖାଇଥିବା ବ୍ୟକ୍ତିମାନଙ୍କ ପେଟ ବ୍ୟଥା ହେବା ସହିତ ଝାଡ଼ା ଓ ବାନ୍ତି ହୋଇଥିଲା। ବାସନ୍ତୀ ବେଜ (୫୫), ଲକ୍ଷ୍ମୀକାନ୍ତ ବେଜ (୬୦), ନିତ୍ୟାନନ୍ଦ ବେଜ (୪୦), ଅନିତା ବେଜ (୩୦), ସୁଚିତ୍ରା ବେଜ (୨୧), ଅଲିଭା ବେଜ (୧୪), ବବିତା ଗିରି (୨୦), ସରସ୍ୱତୀ ବେଜ (୨୬), ମହେନ୍ଦ୍ର ବେଜ (୧୮), ହରେନ୍ଦ୍ର ବେଜ (୨୪), ପ୍ରମିଳା ବେଜ (୪), ପ୍ରକାଶ ବେଜ (୧୦) ପ୍ରମୁଖଙ୍କ ସହ ଶତାଧିକ ଲୋକ ଅସୁସ୍ଥ ହୋଇ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଛନ୍ତି। ତେବେ ଅନ୍ୟମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଡାକ୍ତରୀ ଦଳ ସଂପୃକ୍ତ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଚିକିତ୍ସାଧିକାରୀ ଡ. ଶୁଭେନ୍ଦୁ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର