ଆଳି: ଆଜି ରାତିରେ ଆଳିର ପୁଲିସ,ପ୍ରଶାସନ ପକ୍ଷରୁ କଡାକଡି ଚେକିଂ କରାଯିବା ସହିତ କରୋନା କଟକଣା,ମାସ୍କ ପରିଧାନ ଓ ସାମାଜିକ ଦୂରତା ନିୟମ ଉଲଙ୍ଘନକାରୀଙ୍କ ଠାରୁ ଜରିମାନା ଅର୍ଥ ଆଦାୟ କରାଯାଇଛି।ଆଳି ତହସିଲଦାର ତପନ କୁମାର ସେନାପତିଙ୍କ ଉପସ୍ଥିତିରେ ଆଳିଥାନା ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ, ପ୍ରଦୋଷ ପଟ୍ଟନାୟକ ଓ ପୁଲିସ ବାହିନୀ ଜରିମାନା ଅର୍ଥ ଆଦାୟ କରିଥିଲେ।ମାସ୍କ ପିନ୍ଧିନଥିବା ନିୟମ ଖିଲାଫକାରୀ,ସାମାଜିକ ଦୂରତା ନିୟମକୁ ଭାଙ୍ଗି ଗୋଟିଏ ବାଇକ୍ ରେ ଯାଉଥିବା ଏକାଧିକ ଯାତ୍ରୀଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଆଦାୟ କରାଯାଇଥିଲା।
ପୁଲିସ ଓ ପ୍ରଶାସନ ପକ୍ଷରୁ ରାତ୍ରିକାଳୀନ ଚେକିଂ,ଜରିମାନା ଆଦାୟ
/sambad/media/post_attachments/wp-content/uploads/2020/07/61174156-7bdb-4105-911f-c9fc78776080.jpg)