ବ୍ରହ୍ମଗିରି : ଶନିବାର ସକାଳୁ ନୂଆମୁହାଣଠାରେ ଏକ ମତ୍ସ୍ୟଜୀବୀ ଡଙ୍ଗା ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ୨ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଅଣାଯାଇଥିଲା। ଖବର ମୁତାବକ ଅରଖକୁଦା ପଞ୍ଚାୟତର ୨ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଫେରିବା ବେଳେ ମୁହାଣ ନିକଟରେ ହଠାତ୍ ଇଞ୍ଜିନ୍ ବନ୍ଦ ହୋଇଯିବାରୁ ଢେଉରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ସେଠାରେ ମାଛ ଧରୁଥିବା ଅନ୍ୟ ମତ୍ସ୍ୟଜୀବୀ ଡଙ୍ଗା ତୁରନ୍ତ ଏହି ୨ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା। ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପରେ ଡଙ୍ଗାକୁ କୂଳକୁ ଅଣାଯାଇଛି।
ଓଲଟିଲା ଡଙ୍ଗା, ୨ ମତ୍ସ୍ୟଜୀବୀ ଉଦ୍ଧାର
/sambad/media/post_attachments/wp-content/uploads/2020/11/fishing.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)