ତେଲକୋଇ : ତେଲକୋଇ ବ୍ଲକ୍ ଦୁର୍ଲଭପୁର ଗ୍ରାମ ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ୧୨ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା। ଏକ ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକ୍ (ଓଡି-୦୯-ସି-୯୯୮୯) ତେଲକୋଇ ଦେଇ ତାଳଚେର ଅଭିମୁଖେ ଯାଉଥିଲା।
ଦୁର୍ଲଭପୁର ଗ୍ରାମ ନିକଟରେ ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରକ୍ଟି ସମ୍ପୂର୍ଣ୍ଣ ରାସ୍ତାକୁ କବ୍ଜା କରିବା ଦ୍ବାରା ତେଲକୋଇ-ତାଳଚେର ପୂର୍ତ୍ତ ରାସ୍ତାରେ ଗାଡ଼ିମୋଟର ଚଳାଚଳା ଠପ୍ ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଟ୍ରକ୍ ହଟାଇଥିଲା। ଦୀର୍ଘ ୧୨ ଘଣ୍ଟା ପରେ ଏଡି ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। ଦୁର୍ଘଟଣାରେ ଟ୍ରକ୍ ଚାଳକ ଆହତ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/17-5.jpg)