ଓଡ଼ିଶା ସରକାର ନୋଡାଲ ଅଫିସର ନିଯୁକ୍ତ କରନ୍ତୁ; ପ୍ରବାସୀ ଓଡ଼ିଆଙ୍କ ଦାବି

ଭୁବନେଶ୍ବର: ସୁରତ ସହରରେ କରୋନା ସଂକ୍ରମଣ କମିବାର ନା ନେଉ ନାହିଁ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଭଳି ସମୟରେ ସୁରତରେ ରହୁଥିବା ପ୍ରବାସୀ ଓଡିଆ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ପ୍ରବାସୀ ଶ୍ରମିକମାନେ କରୋନା ଆକ୍ରାନ୍ତ ହୋଇ ଗୁରୁତ୍ୱର ହେବା ପରେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।

ଏପରିକି ବିଳମ୍ବିତ ଚିକିତ୍ସା ଯାଗୁଁ ୨୦ ଜଣ ପ୍ରବାସୀ ଓଡିଆଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ଏହି ସଂଖ୍ୟା ୫୦ରୁ ଅଧିକ ହେବ ବୋଲି ସ୍ୱେଚ୍ଛାସେବୀମାନେ ଦାବି କରୁଛନ୍ତି । କୁହାଯାଉଛି ଅଧିକ ପ୍ରବାସୀ ଓଡିଆ ଶ୍ରମିକ ଶ୍ରେଣୀର ହୋଇଥିବାରୁ ଓ ସେମାନେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମ୍ପର୍କରେ ନଥିବାରୁ ଅକ୍ସିଜେନ ବେଡ୍, ଭଲ ଡାକ୍ତରଖାନାରେ ଚିକିତ୍ସା ଭଳି ସରକାରୀ ତଥା ବେସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ମୃତ୍ୟୁ ମୁଖରେ ପଡୁଥିବା କୁହାଯାଉଛି ।ଏଥିପାଇଁ  ସୁରତରେ ଥିବା ପ୍ରବାସୀ ଓଡିଆଙ୍କ ପାଇଁ ଓଡିଶା ସରକାର ନୋଡାଲ ଅଫିସର ନିଯୁକ୍ତି କରିବାକୁ ଦାବି କରାଯାଇଛ।

ସମ୍ବନ୍ଧିତ ଖବର