ଓଡ଼ିଶାରେ ଟିକା ଗାଡିର ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: କରୋନା ଟିକାକୁ ନେଇ ଆସିଲା ବଡ଼ ଖବର । ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ । ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏଥିପାଇଁ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ କରାଯାଇ ସାରିଛି । ସେହିଭଳି ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୫୦ ବର୍ଷରୁ କମ୍ ଏକାଧିକ ରୋଗରେ ପୀଡିତ ଲୋକଙ୍କୁ ଟିକା ଦିଆଯିବ । ଏଥିପାଇଁ ୨୭ କୋଟି ବ୍ୟକ୍ତିଙ୍କୁ ତାଲିକା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ସେପଟେ ଓଡ଼ିଶାରେ ଟଙ୍କା ଭ୍ୟାନକୁ ଯୋଗାଯାଉଥିବା ସୁରକ୍ଷା ଭଳି ସୁରକ୍ଷା ସହ ବିଭିନ୍ନ ଜିଲ୍ଲାକୁ ଟିକା ଗାଡି ଯିବ । ଟିକା ଭ୍ୟାନକୁ ସୁରକ୍ଷା ଦେବା ଲାଗି ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

COVID-19 vaccination drive in India to start next week, confirms govt. Details here
ପୁନେର ସେରମ୍ ଇନଷ୍ଟିଚ୍ୟୁଟରୁ ଟିକା ପରିବହନକୁ ନେଇ ଆସିଲା ବଡ ସୂଚନା । ଦେଶର ବିଭିନ୍ନ ସ୍ଥାନକୁ ଟିକା ପରିବହନ ପାଇଁ ଲାଗିବ ଆହୁରି ୪୮ ଘଣ୍ଟା । ଏ ନେଇ ସୂଚନା ଦେଇଛନ୍ତି ସେରମ୍ ମୁଖ୍ୟ ଅଦର ପୁନାୱଲା । ଏହା ସହିତ ସେ ସ୍ପଷ୍ଟ କରିଛନ୍ତି, ଯେ ଟଙ୍କା ପାଇଁ ଟିକା ପରିବହନ ବିଳମ୍ୱ ହେଉନାହିଁ । ସୋମବାର ଆଡକୁ ପ୍ରାୟ କାର୍ଗୋ ବିମାନ ଜରିଆରେ ଟିକା ପରିବହନ ହେବ । ପୂର୍ବରୁ ସୂଚନା ରହିଥିଲା ଗୁରୁବାର ପୁଣେରୁ ବିମାନ ଯୋଗେ ଟିକା ପରିବହନ ହେବ । ଏହାପରେ ଶୁକ୍ରବାର ପରିବହନ ହେବ ବୋଲି ଆଶା କରାଯାଉଥିଲା । ଏହା ମଧ୍ୟରେ ସେରମ୍ ଇନଷ୍ଟିଚ୍ୟୁଟ ମୁଖ୍ୟ ସୂଚନା ଦେଇଛନ୍ତି ସୋମବାର ଆଡକୁ ପୁଣେରୁ ଟିକା ପରିବହନ ଆରମ୍ଭ ହେବ ।

ସେପଟେ ପୁଣେ ବିମାନ ବନ୍ଦର କର୍ତୃପକ୍ଷ କରୋନା ଟିକା ପରିବହନ ପାଇଁ ପୂରା ପ୍ରସ୍ତୁତ ଥିବା ଜଣାଇଛନ୍ତି । ତେବେ ଟିକା ପରିବହନ ଆଗରୁ ବିଧିବଦ୍ଧ ଭାବେ ସରକାରଙ୍କ ସହିତ ଟିକାର ଦାମକୁ ନେଇ କଥାବାର୍ତା ପରେ ଟିକା ପରିବହନ କରାଯିବ ବୋଲି ସେରମ୍ ସୂତ୍ରରୁ ଜଣାପଡିଛି । ସେରମ୍ ବର୍ତମାନ୍ ଭାରତ ସରକାରଙ୍କ ପାଇଁ ପ୍ରତି ଡୋଜ୍ ୨୦୦ ଟଙ୍କା ଧାର୍ଯ୍ୟ କରିଛି ।

ସୂତ୍ର ଅନୁସାରେ କେନ୍ଦ୍ର ସରକାର ୧୦୦ ମିଲିୟନ୍ ଟିକା ମଗାଇବେ । ସେଥିପାଇଁ କେନ୍ଦ୍ର ସରକାର ଟିକା ଦରରେ ଆଉ କିଛିଟା କମ୍ କରିବାକୁ ଚାହୁଁଛନ୍ତି । ବର୍ତମାନ ପୁଣେର ମଂଜରୀ ପ୍ଲାଂଟରେ ସେରମ୍ ଇନଷ୍ଟିଚୁଟ୍ ତିଆରି କରିଥିବା ୫୦ ମିଲିୟନ୍ ଟିକା ମହଜୁଦ୍ ରହିଛି । ସେରମ୍ ପକ୍ଷରୁ ଶୀତଳଭଣ୍ଡାର ବ୍ୟବସ୍ଥା ଥିବା ଟ୍ରକ୍ ଟିକା ପରିବହନ ପାଇଁ ବ୍ୟବସ୍ଥା କରାଯାଇଛି ।

Covid-19 vaccination drive to begin from January 16 in India | Hindustan Times

ଏପଟେ ଟିକାକରଣ ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଏ ନେଇ ଜାନୁଆରୀ ୧୧ ତାରିଖ ଅର୍ଥାତ ସୋମବାର, ଅପରାହ୍ନ ୪ଟାରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତରେ ଟିକାକରଣ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଅନୁମତି ମିଳିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଟିକାକରଣ ପାଇଁ ରାଜ୍ୟ ସରକାରମାନେ କେତେ ପ୍ରସ୍ତୁତି ରହିଛନ୍ତି ଓ ରାଜ୍ୟମାନଙ୍କରେ କୋଭିଡର ସ୍ଥିତି କ’ଣ ରହିଛି ସେ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ପଚାରିବୁଝିବେ ମୋଦୀ ।

ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଦେଶରେ ମହାମାରୀ କରୋନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୬ ଥର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସାରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବ୍ୟାପୀ ଜାନୁଆରୀ ୨ ତାରିଖରେ ଓ ୮ ତାରିଖରେ ଟିକାକରଣର ମକଡ୍ରିଲ ବା ଡ୍ରାଏ ରନ୍ କରାଯାଇଛି । ଏହି ଡ୍ରାଏ ରନ୍ ସଫଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାକୁ ସେମାନଙ୍କ ଚୂଡାନ୍ତ ତାଲିକା ପ୍ରସ୍ତୁତି ହୋଇସାରିଛି ।

ସମ୍ବନ୍ଧିତ ଖବର