ବାଲିଆପାଳ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ ତହସିଲ ଅଫିସ୍‌ ସମ୍ମୁଖରେ ସେକ ସୈଫୁ ନାମକ ଜଣେ ଯୁବକ ଜନସେବା କେନ୍ଦ୍ର ଖୋଲିଛନ୍ତି। ତେବେ ଆଧାର କାର୍ଡ, ଭୋଟର୍‌ କାର୍ଡ ଏବଂ ଜନ୍ମ ପ୍ରମାଣପତ୍ରରେ ଜାଲିଆତି କରିବା ସହ ସରପଞ୍ଚଙ୍କ କାର୍ଯ୍ୟାଳୟ ଷ୍ଟାମ୍ପ୍‌ ନକଲ କରି ବ୍ୟବହାର କରୁଥିଲେ। ଏହି କାମ ପାଇଁ ସେ ଗ୍ରାହକଙ୍କଠାରୁ ମନଇଚ୍ଛା ୩୦୦ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ। ତେବେ ଏନେଇ ଜାଣିବା ପରେ ବାଲିଆପାଳ ସରପଞ୍ଚ ବନଲତା ଦାସ ସୈଫୁଙ୍କ ନାମରେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ବାଲିଆପାଳ ପୁଲିସ ୧୯୯/୨୩ରେ ଏକ ମାମଲା ରୁଜୁ କରି ସୈଫୁଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଉଲ୍ଲେଖଥାଉକି; ଏକଦା ସୈଫୁ ବାଲିଆପାଳର ପୂର୍ବତନ ତହସିଲଦାର ଡ. ଜିତେନ୍ଦ୍ର ପାତ୍ରଙ୍କ ଇଣ୍ଟରନେଟ୍‌ ଆଇଡି ହ୍ୟାକ୍‌ କରି ଧରାପଡ଼ିଥିଲେ। ସେତେବେଳେ ତହସିଲଦାର ଡ. ପାତ୍ର ସୈଫୁଙ୍କୁ ପୁଲିସରେ ନଦେଇ ତାଗିଦ କରିବା ସହ ଭଲ ମଣିଷ ହେବାକୁ କହି ଛାଡ଼ି ଦେଇଥିଲେ।