ଗୋଦାବରୀ ଗ୍ୟାସ ଫିଲିଂ ଷ୍ଟେସନରେ ଅକ୍ସିଜେନର ଅଭାବ, ହସ୍ପିଟାଲର ଆବଶ୍ୟକତା ପୂରଣ ହୋଇପାରୁନଥିବା ଅଭିଯୋଗ

ଗଞ୍ଜାମ : କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଆକ୍ରାନ୍ତଙ୍କୁ ଅମ୍ଲଜାନର ଆବଶ୍ୟକତା ପଡୁଛି । ଆମ ରାଜ୍ୟରେ ମଧ୍ୟ ଗତ କିଛିଦିନ ହେଲା ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ, ପ୍ରତିଦିନ କିଛିକିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଏଭଳି ସ୍ଥିତିରେ ଅନ୍ୟ ରାଜ୍ୟକୁ ଅମ୍ଲଜାନଯୋଗାଉଥିବା ଓଡ଼ିଶାରେ କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ଅମ୍ଲଜାନ ରହିଛି ତ? ଏହାର ପରୀକ୍ଷା କରିବା ପାଇଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ହଳଦିଆପଦରରେ ଥିବା ଗୋଦାବରୀ ଗ୍ୟାସ ଫିଲିଂ ଷ୍ଟେସନରେ ଯାଞ୍ଚ କରାଯାଇଥିଲା।

ଏଠାରୁ ମୁଖ୍ୟତଃ ଗଞ୍ଜାମ, ଗଜପତି ଓ ମାଲକାନଗିରି ଜିଲ୍ଲାର ହସ୍ପିଟାଲଗୁଡିକୁ ଅମ୍ଲଜାନ ଯୋଗାଣ ହେଉଛି । ବ୍ରହ୍ନପୁର ଏମକେସିଜି ମେଡିକାଲ କଲେଜକୁ ଅଧିକ ମାତ୍ରାରେ ଅମ୍ଲଜାନ ପଠାଇଥାଏ ଗୋଦାବରୀ ଗ୍ୟାସ ଫିଲିଂ ଷ୍ଟେସନ । ଏହି ଗ୍ୟାସ ଫିଲିଂ ଷ୍ଟେସନର ସଂରକ୍ଷଣ କ୍ଷମତା ୧୦ ଟନ୍ । ହେଲେ ଏବେ ଲିକୁଇଡ ଅମ୍ଲଜାନର ଅଭାବ ଦେଖା ଦେଉଥିବାରୁ ହସ୍ପିଟାଲଗୁଡିକର ଚାହିଦା ମୁତାବକ ଅମ୍ଲଜାନ ଫିଲିଂ ଓ ଯୋଗାଣ ହୋଇପାରୁନଥିବା କହିଛନ୍ତି କମ୍ପାନି ମାଲିକ ।

ସମ୍ବନ୍ଧିତ ଖବର