କଟକ : ଓଡ଼ିଶାରୁ ଗତ ୧୭ ଦିନ ମଧ୍ୟରେ ୪୭୩ଟି ଟ୍ୟାଙ୍କର୍ ଯୋଗେ ୮୬୮୯.୬୨୬ ଟନ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ଯୋଗାଣ କରାଯାଇଛି। ମୋଟ ୧୧ଟି ରାଜ୍ୟକୁ ଓଡ଼ିଶା ଅକ୍ସିଜେନ୍ ପଠାଉଛି। ଓଡ଼ିଶା ପୁଲିସ ସହାୟତାରେ ଆଜି ୭ଟି ଟ୍ୟାଙ୍କର୍ ଯୋଗେ ୧୩୨ ମେଟ୍ରିକ ଟନ୍ ଅକ୍ସିଜେନ ରେଳରେ ଯିବ। ଏକ ରାକ୍ ଭର୍ତ୍ତି ଅକ୍ସିଜେନ୍ ଯାଜପୁର ରୋଡ୍ ରେଳଷ୍ଟେସନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।
ଅନୁଗୁଳରୁ ୪୭ ଟ୍ୟାଙ୍କର୍ରେ ୭୮୦.୫୪୨ ଟନ୍, ଢେଙ୍କାନାଳରୁ ୧୧୬ଟି ଟ୍ୟାଙ୍କର୍ରେ ୧୮୨୮.୧ ଟନ୍, ଯାଜପୁରରୁ ୧୧୯ଟି ଟ୍ୟାଙ୍କର୍ରେ ୨୪୭୨.୪୫୨ଟନ୍, ରାଉରକେଲାରୁ ୧୯୧ଟ୍ୟାଙ୍କର୍ରେ ୩୬୦୫.୫୩୨ ଟନ ଅକ୍ସିଜେନ୍ ଯୋଗାଣ କରାଯାଇଛି। ଆଜି ସୁଦ୍ଧା ଆନ୍ଧ୍ରପ୍ରଦେଶକୁ ୧୪୧ ଟ୍ୟାଙ୍କର୍ରେ ୨୮୫୪.୪୨୪ଟନ୍, ତେଲେଙ୍ଗାନାକୁ ୧୨୨ଟି ଟ୍ୟାଙ୍କର୍ରେ ୨୦୭୨.୭୫୯ଟନ୍, ତାମିଲନାଡୁକୁ ୧୦ଟି ଟ୍ୟାଙ୍କର୍ରେ ୨୦୨.୪ ଟନ୍, ହରିୟାନାକୁ ୬୫ଟ୍ୟାଙ୍କର୍ରେ ୧୧୭୦.୨୨୨ଟନ୍, ମହାରାଷ୍ଟ୍ରକୁ ୨୨ଟି ଟ୍ୟାଙ୍କର୍ରେ ୩୮୮.୬୮ଟନ୍, ଛତିଶଗଡ଼କୁ ୧୯ଟି ଟ୍ୟାଙ୍କର୍ରେ୨୮୯.୬୫୧ ଟନ, ଉତ୍ତରପ୍ରଦେଶକୁ ୩୫ଟି ଟ୍ୟାଙ୍କର୍ରେ ଯୋଗେ ୬୪୪.୦୮ ଟନ, ମଧ୍ୟପ୍ରଦେଶକୁ ୪୨ଟି ଟ୍ୟାଙ୍କର୍ରେ ୭୩୨.୦୨ଟନ ଅକ୍ସିଜେନ , ଦିଲ୍ଲୀକୁ ୧୩ଟି ଟ୍ୟାଙ୍କର୍ରେ୨୩୭.୨୪ଟନ୍, ପଞ୍ଜାବକୁ ୨ଟି ଟ୍ୟାଙ୍କର୍ରେ ୩୧.୨୯ଟନ୍ ଅକ୍ସିଜେନ୍ ଯୋଗାଣ କରାଯାଇଛି।