ଅମ୍ଲଜାନ ଗ୍ୟାସ୍ ନେବାକୁ ବାୟୁସେନା ବିମାନରେ ଆସିଲା ୮ ଖାଲି ଟାଙ୍କି

ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅମ୍ଲଜାନ ଅଭାବ ଦେଖାଦେଇଥିବା ରାଜ୍ୟଗୁଡିକୁ ୨୫୦ ଟନ୍ ମେଡିକାଲ ଅମ୍ଲଜାନ ପଠାଇ ସାରିଲାଣି ଓଡ଼ିଶା । ୧୫ଟି ଟ୍ୟାଙ୍କରରେ ବିଶାଖାପାଟଣା, ହାଇଦ୍ରାବାଦ, ଇନ୍ଦୋର, ପୁଣେ, ମୁମ୍ବାଇ ଓ ନାଗପୁର ଭଳି ସହରକୁ ଅମ୍ଲଜାନ ପଠା ଯାଇଛି । ଏହାରି ଭିତରେ ଭାରତୀୟ ବାୟୁସେନାର ୩ଟି ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିଛି ।

ଶୁକ୍ରବାର ଦିନବେଳା ହାଇଦ୍ରାବାଦରୁ ଏକ ବିମାନରେ ଗୋଟିଏ ଖାଲି ଟାଙ୍କି ଧରି ଭୁବନେଶ୍ୱରରେ ପହଞ୍ଚିଥିଲା ପ୍ରଥମ ବିମାନ । ପରେ ଆଉଗୋଟିଏ ବିମାନରେ ୩ଟି ଖାଲି ଟାଙ୍କି ଆସିଥିଲା । ସେହିପରି ଶୁକ୍ରବାର ରାତି ସାଢେ ୮ଟାରେ ୪ଟି ଖାଲି ଟାଙ୍କି ଧରି ଅବତରଣ କରିଥିଲା ଭାରତୀୟ ବାୟୁସେନାର ଆଉ ଏକ ବିମାନ । ବିମାନରେ ଆସିଥିବା ଏହି ୮ଟି ଖାଲି ଟାଙ୍କି ଓଡ଼ିଶାର ବିଭିନ୍ନ ପ୍ଲାଂଟରୁ ଅମ୍ଲଜାନ ଭର୍ତ୍ତି କରି ସଡକପଥରେ ଫେରିଯିବ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର