୫ ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍, ଅକ୍ସିଜେନ୍ କନ୍‌ସନ୍‌ଟ୍ରେଟର୍‌ ଡେଲିଭରି ସେବା ଆରମ୍ଭ

ପ୍ରଥମ ଦଫାରେ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର

କୋଭିଡ୍‌ ମୁକାବିଲା ପ୍ରସ୍ତୁତି ଦୃଢ଼ ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କରୋନା ମୁକାବିଲାରେ‌ ରାଜ୍ୟ ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ପଦ‌କ୍ଷେପ ଦେଇଛନ୍ତି। ଏଣିକି ଘରେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ ସେବା ପହଞ୍ଚିବ। ପ୍ରାଥମିକ ପର୍ଯ୍ୟାୟରେ ୫ଟି ସହରରେ ଏହି ସେବା ଆରମ୍ଭ ହୋଇଛି। ସହରଗୁଡ଼ିକ ହେଲା ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ‘ଡୋର୍‌ଷ୍ଟେପ୍‌ ଅକ୍ସିଜେନ୍ କନ୍‌ସନ୍‌ଟ୍ରେଟର୍‌’ ସେବାର ଶୁଭାରମ୍ଭ କରିଛନ୍ତି। ଅକ୍ସିଜେନ୍ ଚାହୁଁଥିବା ଲୋକଙ୍କୁ ଏହି ପଦକ୍ଷେପ ନିଶ୍ଚିତ ଏକ ବଡ଼ ଆଶ୍ବସ୍ତି ଦେଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି। ଏହା ମଧ୍ୟ କରୋନାର ବର୍ତ୍ତମାନ ଓ ଭବିଷ୍ୟତ ଲହର ବିରୋଧରେ ଆମ ପ୍ରସ୍ତୁତିକୁ ମଜବୁତ୍ କରିଛି ବୋଲି ‌ଶ୍ରୀ ପଟ୍ଟନାୟକ କହିଥିଲେ।

https://statedashboard.odisha.gov.in/, https://covid19.odisha.gov.in/, https://o2booking.sachetakapp.in ମାଧ୍ୟମରେ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌ ପାଇଁ ବୁକିଂ କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର