ଓଡ଼ିଶାରେ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଆ ବ୍ୟବସାୟୀ ତଥା ଓୟୋ ମୁଖ୍ୟ ରିତେଶ ଅଗ୍ରୱାଲ

ଭୁବନେଶ୍ବର: ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓୟୋ ମୁଖ୍ୟ ତଥା ଓଡ଼ିଆ ପୁଅ ରିତେଶ ଅଗ୍ରୱାଲ। ଓଡ଼ିଶାରେ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଜଣା ପଡ଼ିଛି। ଗତ କିଛି ବର୍ଷ ହେବ ଓଡ଼ିଶାରେ ଓୟୋ ଭଲ ବ୍ୟବସାୟ କରିବା ସହ ଆଗକୁ ମେକ୍‌ ଇନ ଓଡ଼ିଶା ସହ ରାଜ୍ୟରେ ଅଧିକ ପୁଞ୍ଜିନିବେଶ କରାଯିବ ବୋଲି କହିଛନ୍ତି ରିତେଶ।

ଏବେ ଓଡ଼ିଶାରେ ୭,୫୦୦ଟି ଓୟୋ ରୁମ ସକ୍ରିୟ ରହିଥିବା ବେଳେ ଆଗକୁ ହୋଟେଲ, ହଷ୍ଟେଲ ଓ ରୁମ୍ ଉପରେ ଅଧିକ ପୁଞ୍ଜିନିବେଶ ନେଇ ଗୁରୁତ୍ୱ ଦିଆଯିବ। ଗତବର୍ଷ ଓୟୋରେ ୫ହଜାର ଚାକିରି ସୃଷ୍ଟି କରାଯାଇଥିବା ସହ ଆଗକୁ ଆହୁରି ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ଓୟୋ। ଓଡ଼ିଶାରେ ଏବେ ହଜାର ହଜାର ଓୟୋ ଗ୍ରାହକ ରହିଥିବା ବେଳେ ସେମାନଙ୍କୁ କମ୍ପାନି ପକ୍ଷରୁ ସନ୍ତୋଷଜନକ ସେବା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ରିତେଶ।

Image result for ritesh-agarwal
CNBC.com

ଆଗକୁ ପୁରୀ ଐତିହ୍ୟ ନଗରୀ ହେବାକୁ ଯାଉଥିବା ବେଳେ ଏବେ ପୁରୀ ଉପରେ ରାଜ୍ୟ ସରକାର ପୂରା ଫୋକସ ରଖିଛନ୍ତି। ଯେହେତୁ ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକ ପୁରୀକୁ ଛୁଟି କଟାଇବାକୁ ଆସୁଛନ୍ତି ତେଣୁ ଆଗକୁ ପୁରୀରେ ପୁଞ୍ଜିନିବେଶ କରିବାର ଅନେକ ସୁଯୋଗ ରହିଛି ବୋଲି କହିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ରିତେଶ। ଯୁବଗୋଷ୍ଠୀଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଂଶସା କରିଛନ୍ତି ରିତେଶ।

ସମ୍ବନ୍ଧିତ ଖବର