ରାୟଗଡା: ସୁଲଭ ମୂଲ୍ୟରେ ଲୋକଙ୍କୁ ରହିବା ପାଇଁ ବ୍ୟବସ୍ଥା କରୁଥିବା ‘ଓୟୋ ରୁମ୍ସ’ର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବୁଧବାର ରାୟଗଡ଼ା ଗସ୍ତରେ ପହଞ୍ଚିଛନ୍ତି। ମା' ମଝିଘରିଆଣି ମନ୍ଦିର ଯାଇଥିଲେ। ମା'ଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ। ରିତେଶ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଆଇପିଓ ସବ୍ୟସାଚୀ ସାହୁ। ରାୟଗଡା ଜିଲ୍ଲାରେ ଏମଏସଏମଇର ଉନ୍ନତି ନେଇ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲାରେ ଛୋଟବଡ଼ ପ୍ରକଳ୍ପଗୁଡିକ ଆଗକୁ ଆହୁରି ଉନ୍ନତି କରିବେ ସେନେଇ ରିତେଶ ଆଗକୁ ଯୋଜନା କରିବେ ବୋଲି କହିଥିଲେ।
ରିତେଶ ଆଜି ଆଇନ ମନ୍ତ୍ରୀ ଜଗନ୍ନାଥ ସରକାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆସନ୍ତା ଜାନୁଆରିରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ 'ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ଼ ଅଫ୍ ଇଣ୍ଡିଆ' କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ନେଇ ଆଲୋଚନା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/IMG-20231213-WA0034.jpg)