ପି. ବି. ନିନାୱେ ପୂର୍ବତଟ ରେଳପଥର ନୂତନ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ

ଭୁବନେଶ୍ବର : ୧୯୮୬ ବ୍ୟାଚ୍‌ର ଭାରତୀୟ ରେଳବାଇ ଷ୍ଟୋରସ ସର୍ଭିସ (ଆଇଆରଏସଏସ)ର ବରିଷ୍ଠ ଅଧିକାରୀ ପ୍ରଭାକର ବାବୁରାଓ ନିନାୱେ ପୂର୍ବତଟ ରେଳପଥର ନୂତନ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ(ପିସିଏମଏମ) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ଶ୍ରୀ ନିନାୱେ ଚେନ୍ନାଇର ପେରାମ୍ବୁରର ଇଣ୍ଟିଗ୍ରେଟେଡ୍ କୋଚ୍ କାରଖାନା(ଆଇସିଏଫ୍)ର ମୁଖ୍ୟ ଭଣ୍ଡାର ପ୍ରବନ୍ଧକ(ସିଏମ୍ଏମ୍) ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ନିନାୱେ ଭାରତୀୟ ରେଳବାଇର ବିଭିନ୍ନ ପଦ ପଦବିରେ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି।

ନାଗପୁରସ୍ଥିତ ଏନଆଇଟିରୁ ବି ଟେକ୍ ଓ ଆଇଆଇଟି ମୁମ୍ବାଇରୁ ଏମ.ଟେକ୍ ଡିଗ୍ରି ହାସଲ କରିବା ପରେ ଶ୍ରୀ ନୀନାୱେ ୧୯୮୯ରେ କେନ୍ଦ୍ରୀୟ ରେଳପଥର ମୁମ୍ବାଇଠାରେ ସହାୟକ ଭଣ୍ଡାର ପ୍ରବନ୍ଧକ ଭାବେ ଯୋଗଦେଇଥିଲେ। ଅନ୍ତରାଷ୍ଟ୍ରୀୟ ଷ୍ଟ୍ରାଟେଜିକ୍ ମ୍ୟାନେଜମେଣ୍ଟ ପ୍ରଶିକ୍ଷଣ ସଙ୍ଗଠନ ପକ୍ଷରୁ ୨୦୧୨ରେ ଚାଇନାର ସାଙ୍ଘାଇ, ଫ୍ରାନ୍ସର ପ୍ୟାରିସ ଓ ଲିଅନଠାରେ ଷ୍ଟ୍ରାଟେଜିକ୍ ମ୍ୟାନେଜମେଣ୍ଟ ସମ୍ବନ୍ଧରେ ପ୍ରଶିକ୍ଷଣ ନେଇଛନ୍ତି। ୨୦୧୮ରେ ଇଟାଲୀସ୍ଥିତ ମିଲନର ବାକୋନିଠାରେ ମଧ୍ୟ ଷ୍ଟ୍ରାଟେଜିକ୍ ମ୍ୟାନେଜମେଣ୍ଟ ସମ୍ବନ୍ଧରେ ପ୍ରଶିକ୍ଷଣ ନେଇଛନ୍ତି। ଭାରତୀୟ ରେଳବାଇରେ ଉଲ୍ଲେଖନୀୟ ସେବା ପ୍ରଦର୍ଶନ ପାଇଁ ସେ ରେଳ ମନ୍ତ୍ରୀଙ୍କଠାରୁ ଜାତୀୟ ରେଳବାଇ ପୁରସ୍କାର ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର