ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ଜଣାଶୁଣା ପ୍ରଫେସର ପବିତ୍ର ମୋହନ ଦେବତାଙ୍କ ରବିବାର ସକାଳ ପ୍ରାୟ ୧୧ଟା ୪୫ ମିନିଟ ସମୟରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଅଳ୍ପଦିନ ତଳେ ସ୍ୱର୍ଗତ ଦେବତା ହଠାତ୍ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତାର କରାଯାଇଥିଲା।
ସ୍ୱର୍ଗତ ଦେବତା ୧୯୬୫ ମସିହା ମେ ୨୧ ତାରିଖରେ ଦେବଗଡ଼ ଜିଲ୍ଲାର ଜଡ଼ାଗୁଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୮୫ ମସିହାରେ ସମ୍ବଲପୁର ଗଙ୍ଗାଧର ମେହେର ମହାବିଦ୍ୟାଲୟରୁ କୃତିତ୍ୱର ସହ ଇଂରାଜୀ ସମ୍ମାନରେ ପାସ କରିବା ପରେ ୧୯୮୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତରରେ ଟପର ହୋଇଥିଲେ। ପରେ ସେହି ବିଶ୍ୱବିଦ୍ୟାଳୟରୁ ଉପାଧ୍ୟୁତ୍ତର ଡିଗ୍ରି ହାସଲ କରିଥିଲେ। ପ୍ରଥମ କରି ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ। ସେଠାରୁ ତାଙ୍କୁ ବଲାଙ୍ଗୀର ସାନ୍ଧ୍ୟ ମହାବିଦ୍ୟାଳୟକୁ ବଦଳି ହୋଇଥିଲା। ୨୦୦୦ ମସିହାରେ ରାଜେନ୍ଦ୍ର ମହାବିଦ୍ୟାଳୟରେ ଯୋଗଦେଇ ପ୍ରାୟ ୩୨ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶେଷ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ। ତାଙ୍କର ଚାକିରି ଆହୁରି ସାଢେ ତିନି ବର୍ଷ ଥିବା ବେଳେ ହଠାତ୍ ତାଙ୍କର ବିୟୋଗ ଖବର ଶୁଣି ଅଧ୍ୟାପକ କର୍ମଚାରୀ, ବନ୍ଧୁବର୍ଗ ମହଲରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/pabitra.jpg)