ଖଡ଼ିଆଳ: ଖଡ଼ିଆଳ ବ୍ଲକ୍ ସାନମହେଶ୍ବର ପଂଚାୟତ କୁଲିଗାଁର ପବିତ୍ର ପରାଭୋଇ ଜୀବିକା ହରାଇ ବସିଛନ୍ତି। ୨୦୧୪ରେ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଯାଇ ତାଙ୍କ ଡାହାଣ ଗୋଡ଼ ଏବଂ ଡାହାଣ ହାତ ହରାଇଥିଲେ। ସେହିଦିନଠାରୁ ଅସହାୟ ହୋଇ ଘରେ ବସି ରହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ତାଙ୍କର ଖାଦ୍ୟ ଅଭାବ ଦେଖା ଦେଇଛି। ନିଜେ ଜଣେ କୁଶଳୀ ଶ୍ରମିକ ଭାବରେ କାର୍ଯ୍ୟକରି ଅର୍ଥ ରୋଜଗାର କରୁଥିଲେ। ବର୍ତ୍ତମାନ ଅସହାୟ ହୋଇଯିବାରୁ ଏକ ଦୋକାନ କରି ନିଜେ ଆତ୍ମନିର୍ଭର ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।
/sambad/media/post_attachments/wp-content/uploads/2020/09/ତକୀତକୀକତୀକତୀକତକତୀୀକତୀକତକତୀ.jpg)
ହେଲେ ସେ ସ୍ଥାନୀୟ ଏସ୍ବିଆଇ, ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ସହାୟତା ପାଇଁ ନେହୁରା ହୋଇ ବିଫଳ ହୋଇଛନ୍ତି। ଏହି ଯୁବକଙ୍କ ନିକଟରେ ଆତ୍ମନିର୍ଭର ଭାରତ ଯୋଜନା ପହଞ୍ଚାଇବାକୁ ଦାବି ହୋଇଛି। ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Man-Lost-His-Leg-Hand-While-He-Went-to-Migrant-Worker_Thumbnail.jpg)