ପାଚିକା ଓ ସହାୟିକାଙ୍କୁ ୨୮ମାସର ବକେୟା ଭତ୍ତା ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବାରିପଦା : ପାଚିକା ଓ ସହାୟିକାଙ୍କୁ ୨୪ ନଭେମ୍ବର ୨୦୦୯ରୁ ୩୧ ମାର୍ଚ୍ଚ ୨୦୧୨ ପର୍ଯ୍ୟନ୍ତ ୨୮ମାସର ବକେୟା ଭତ୍ତା ପ୍ରଦାନ କରିବାକୁ ପୁନଃନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ସିଆଇଟିୟୁ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ହାଇକୋର୍ଟରେ ଡବ୍ଲ୍ୟୁପି(ସି) ୧୩୯୦୬/୨୦୧୨ର ରାୟକୁ ଅବମାନନା କରିବା ବିରୋଧରେ ମାନ୍ୟବର ହାଇକୋର୍ଟ ପୁନଃ ନିର୍ଦ୍ଦେଶ ଦେଇ ତୁରନ୍ତ ବକେୟା ଭତ୍ତା ପ୍ରଦାନ କରିବାକୁ କହିଛନ୍ତି। ତେଣୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ୨୭୮/ଏସପିଏମ ୦୫.୦୫.୨୦୨୦ରେ ଏସଏଣ୍ଡ୍ଏମ୍ଇ(ଏମ୍‌ଡିଏମ୍)-୪୨୦/୨୦୧୩, ବିଡିଓ,ଡିପିସି ଓ ମହିଳା/ଶିଶୁ ବିକାଶ ବିଭାଗ ଅଧିନରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ସମ୍ପର୍କିତ ସମସ୍ତ ରିପୋର୍ଟ ସଂଗ୍ରହ କରି ସେମାନଙ୍କ ସମ୍ପୃକ୍ତ ନଥିପତ୍ର ଯାଞ୍ଚପୂର୍ବକ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେପରିକି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପାଚିକା ଓ ସହାୟିକାଙ୍କୁ ତୁରନ୍ତ ବକେୟା ଭତ୍ତା ମିଳିପାରେ।

ସିଆଇଟିୟୁ ମାମଲା ରୁଜୁ ପରେ ଲକ୍ଷାଧିକ ପାଚିକା ଓ ସହାୟିକାମାନଙ୍କୁ ଭତ୍ତା ମିଳିବା ସମ୍ଭବପର ହୋଇଥିବାରୁ ସିଆଇଟିୟୁର ଜିଲ୍ଲା ସଭାପତି ରବି ଗୋସ୍ୱାମୀ, ରାଜ୍ୟ କମିଟି ସଦସ୍ୟ ତଥା ଜିଲ୍ଲା ସାଧାରଣସମ୍ପାଦକ ଓ ଏମ୍‌ଡିଏମ ୟୁନିୟନର ରାଜ୍ୟକୋଷାଧ୍ୟକ୍ଷ ଅମଲ ଦେ ଓ ଜିଲ୍ଲା କମିଟି ସଦସ୍ୟ ଲକ୍ଷ୍ମୀପ୍ରିୟା ପାଢି, କୁଞ୍ଜଲତା ମହାନ୍ତ, ସନ୍ଧ୍ୟା ବେହେରା, ମାଳିତ ମହାନ୍ତ, କ୍ଷୀରମଣୀ ମହାନ୍ତ, ଲକ୍ଷ୍ମୀ ମୁର୍ମୁ, ପ୍ରମିଳା ଦାଶ, ଭାନୁ ମହାନ୍ତ, ମେରିଆ ହାଁସଦାଃ ଓ ରଞ୍ଜିତା ରାଉତ ଏମଡିଏମ କର୍ମୀ ପ୍ରମୁଖ ମାନଙ୍କୁ ଅଭିବାଦନ ଜଣାଯାଇଛି।

ସମ୍ବନ୍ଧିତ ଖବର