ରଗଡ଼ି : କୋରେଇ ବ୍ଲକ ପଛିକୋଟଗଡ଼ର ରାଜାସାହେବ ସ୍ଵର୍ଗତ ଦୁର୍ଗାପ୍ରସାଦ ସିଂହଙ୍କ ଧର୍ମପତ୍ନୀ ରାଜମାତା କଳ୍ପନା ସିଂହଙ୍କର ୬୪ ବର୍ଷ ବୟସରେ ଗତକାଲି ସକାଳ ୭ ଟା ୫ ମିନିଟରେ କୋଲକାତାର ଏକ ହସ୍ପିଟାଲରେ ପରଲୋକ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇ ଗତ ୪ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କୋଲକାତାସ୍ଥିତ ନିମତାଲ ବର୍ଣ୍ଣିଂ ଘାଟରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଏକମାତ୍ର ପୁତ୍ର ଭରତ ପ୍ରତାପ ସିଂହ ଓ କନ୍ୟା ଦୀପାଞ୍ଜଳି ସିଂହ ସାହାଦେଓ ଓ କୁମାରୀ ଗାୟତ୍ରୀ ସିଂହ ଉପସ୍ଥିତ ଥିଲେ। ପ୍ରତିବର୍ଷ ରାଜପରିବାର ପକ୍ଷରୁ ରଥଯାତ୍ରା ଆୟୋଜିତ ହେଉଥିଲା। ଏଥିପାଇଁ ରାଜପରିବାରର ସୁଖ୍ୟାତି ରହିଥିଲା। ତାଙ୍କ ପରଲୋକରେ ପଛିକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଭରତ ପ୍ରତାପ ସିଂହ ନେସନାଲ ଇନସୁରାନ୍ସ କୋଲକତାରେ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି।
କରୋନାରେ ପଛିକୋଟଗଡ଼ ରାଜମାତାଙ୍କ ପରଲୋକ
/sambad/media/post_attachments/wp-content/uploads/2021/04/ab914ba0-381c-4bce-adca-8ab7ec9dd1cc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)