ଆକାଶ ମାର୍ଗରୁ ବାତ୍ୟା ‘ବୁଲ୍‌ବୁଲ୍’ କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ ପରେ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୧୮ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ
୨୪ ସୁଦ୍ଧା ସହାୟତା ପ୍ୟାକେଜ ବଣ୍ଟା ସାରିବେ
ଆକଳନ ଓ ସହାୟତା ବଣ୍ଟନରେ ସ୍ବଚ୍ଛତା ପାଇଁ ତାଗିଦ୍‌
ପଞ୍ଚାୟତ କାର୍ଯ୍ୟାଳୟରେ ମରାଯିବ ହିତାଧିକାରୀ ତାଲିକା

ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ବୁଲ୍‌ବୁଲ୍‌ େଯଉଁ କ୍ଷତି ଘଟାଇଛି, ତାହାର ଆକଳନ କରି ୧୮ ତାରିଖ ସୁଦ୍ଧା ରିେପାର୍ଟ ଦେବାଲାଗି କ୍ଷତିଗ୍ରସ୍ତ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦେଶ ଦେଇଛନ୍ତି। ସେମାନେ ଏହି ରିପୋର୍ଟ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କୁ ଦେବେ। ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଏକଥା ବି କହିଛନ୍ତି ଯେ ବାତ୍ୟା ଜନିତ ସରକାରୀ ସହାୟତା ଆସନ୍ତା ୨୪ ତାରିଖ ସୁଦ୍ଧା ବଣ୍ଟା ସରିଯିବା ଦରକାର।

ଆଜି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କରିବା ପରେ ସନ୍ଧ୍ୟାେର େଲାକସେବା ଭବନରେ ସମୀକ୍ଷା କରିଥିଲେ। ଭିଡିଓ କନଫରେନ୍ସିଂ େଯାଗେ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆେଲାଚନା କରିଥିଲେ। ଏହି ଅବସରରେ ବୁଲ୍‌ବୁଲ୍‌ ପାଇଁ ପ୍ୟାକେଜ୍ େଘାଷଣା କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ତାଗିଦ୍ କରିଥିଲେ େଯ କ୍ଷୟକ୍ଷତି ଆକଳନ ଓ ସହାୟତା ବଣ୍ଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରାଯିବା ଦରକାର। ଏ ସଂକ୍ରାନ୍ତ ସମସ୍ତ ବିବରଣୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶନ କରିବାକୁ ସେମାନେ ବାଧ୍ୟ। ସହାୟତା ରାଶି ମଧ୍ୟ କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରିବେ ଓ ଜିଲ୍ଲା ପ୍ରଶାସନର େଵବ୍ ସାଇଟରେ ଏହାର ତଥ୍ୟ ରହିବ, ଯାହା ସମସ୍ତେ ଚାହିଁଲେ ଦେଖିପାରିବେ।

ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ଭଦ୍ରକ, ବାଲେଶ୍ବର, େକନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ ମୟୂରଭଂଜ ଜିଲ୍ଲାରେ କ୍ଷତି ଘଟାଇଛି। ଉଭୟ ସରକାରୀ ଓ ଘରୋଇ ସଂପତ୍ତି ନଷ୍ଟଭ୍ରଷ୍ଟ େହାଇଛି। େଲାକଙ୍କ ଜୀବିକା ପ୍ରଭାବିତ େହାଇଛି ଏବଂ ଅନେକ ସ୍ଥାନରେ ବିଦ୍ୟୁତ ଭିତ୍ତିଭୂମି କ୍ଷତିଗ୍ରସ୍ତ େହାଇଛି। ଭିତ୍ତିଭୂମିର ପୁନରୁଦ୍ଧାର ସହିତ ବିଦ୍ୟୁତ ସଂଯୋଗ ନ ଆସିବା ପର୍ଯ୍ୟନ୍ତ େଜନେରେଟର ବ୍ୟବହାର କରି େଲାକଙ୍କ ଜଳଯୋଗାଣ ବ୍ୟବସ୍ଥା ନିଶ୍ଚିତ କରିବାକୁ ହେବ ଓ ଆବଶ୍ୟକସ୍ଥଳେ ଟ୍ୟାଙ୍କର େଯାଗେ ପାଣି େଯାଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହି ଅବସରରେ ବାତ୍ୟା ସମୟରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ପକ୍ଷରୁ କରାଯାଇଥିବା ଉଦ୍ଧାର ଓ େଯାଗାେଯାଗ ବ୍ୟବସ୍ଥାର ପୁନଃସ୍ଥାପନ କାର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ।

ସରକାରଙ୍କ ପକ୍ଷରୁ ବୁଲ୍‌ବୁଲ୍‌ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ େଘାଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ ଅଣ ଜଳସେଚିତ ଜମି େକ୍ଷତ୍ରରେ ୩୩% ବା ଅଧିକ ଫସଲ ନଷ୍ଟ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ େହକ୍ଟର ପିଛା ୬୮୦୦ ଟଙ୍କା ଇନପୁଟ୍ ସବସିଡି ଦିଆଯିବ। ଜଳସେଚିତ ଜମିରେ ଏହି ସହାୟତା ପରିମାଣ େହକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ଓ ସବୁଦିନିଆ ଫସଲ ପାଇଁ େହକ୍ଟର ପିଛା ୧୮ ହଜାର ଟଙ୍କା ରହିଛି। ତେବେ କୌଣସି େକ୍ଷତ୍ରରେ ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡି ପରିମାଣ ୨୦୦୦ ଟଙ୍କାରୁ କମ୍ ଓ ଅନ୍ୟାନ୍ୟ ଫସଲ େକ୍ଷତ୍ରରେ ୧୦୦୦ ଟଙ୍କାରୁ କମ୍ ହେବ ନାହିଁ।

ସରକାର କହିଛନ୍ତି ଯେ ୨୦୧୯-୨୦ ରବି ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଡାଲି ଓ ତୈଳ ଜାତୀୟ ଫସଲ ପାଇଁ ୫୦ ହଜାର ବିହନ ମିନି କିଟ୍ ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ଜିଲ୍ଲାର ୪୫ ହଜାର ଏକର ଜମିରେ କ୍ଷେତ୍ରୀୟ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ୩୦୦୦ ସ୍ପ୍ରେୟର ପ୍ରଦାନ କରାଯିବ। ବ୍ୟାଟେରି ଚାଳିତ ସ୍ପ୍ରେୟର େକ୍ଷତ୍ରରେ ସର୍ବାଧିକ ରିହାତି ୩୮୦୦ ଟଙ୍କା, ହସ୍ତଚାଳିତ ସ୍ପ୍ରେୟର ପାଇଁ ସର୍ବାଧିକ ରିହାତି ୭୫୦ ଟଙ୍କା ସରକାର ଦେବେ। ୧୦ହଜାର ପରିବା ମିନି କିଟ୍ ବି ଦିଆଯିବ। ପ୍ରତ୍ୟେକ ଚାଷୀଙ୍କୁ ୩୦ ୟୁନିଟ୍ ପର୍ଯ୍ୟନ୍ତ ପାନବରଜ ପୁନରୁଦ୍ଧାର ପାଇଁ ୧୫ ହଜାର ଟଙ୍କା ଦିଆଯିବ। ୫୦ ୟୁନିଟ୍ ପର୍ଯ୍ୟନ୍ତ କ୍ଷତି ଲାଗି ଛତୁଚାଷୀଙ୍କୁ ୪୦ ହଜାର ଟଙ୍କା ସରକାର ପ୍ରଦାନ କରିବେ।

ପ୍ୟାକେଜରେ ଆହରି କୁହାଯାଇଛି ଯେ ୩୩ ପ୍ରତିଶତ ବା ତା ଠାରୁ ଅଧିକ କ୍ଷତି ସହିଥିବା ଚାଷୀଙ୍କୁ ୨୦୧୯ ରବି ପାଇଁ ଦିଆଯାଇଥିବା ସ୍ବଳ୍ପ ମିଆଦ ଋଣକୁ ମଧ୍ୟମ ମିଆଦ ଋଣରେ ପରିଣତ କରାଯିବ। କ୍ଷୀର ଦେଉଥିବା ଗାଈ, ମଇଁଷି େକ୍ଷତ୍ରରେ ୩୦ ହଜାର ଟଙ୍କା ଓ କ୍ଷୀର ଦେଉନଥିବା ପ୍ରାଣୀ ପାଇଁ ୨୫ ହଜାର ଟଙ୍କା ସର୍ବାଧିକ ୩ଟି ପ୍ରାଣୀ ପାଇଁ ଦିଆଯିବ। ସେହିଭଳି ବାଛୁରୀ ପାଇଁ ୧୬ ହଜାର, ୬ଟି ପ୍ରାଣୀ ପର୍ଯ୍ୟନ୍ତ ଦିଆଯିବ। ଛେଳି-ମେଣ୍ଢା ପାଇଁ ୩୦୦୦ ଟଙ୍କା େଲଖାଏଁ (୩୦ଟି ପ୍ରାଣୀ) ଓ କୁକୁଡା ପାଇଁ ମୁଣ୍ଡପିଛା ୫୦ ଟଙ୍କା ହିସାବରେ ସର୍ବୋଚ୍ଚ ୫ହଜାର ଟଙ୍କା ପ୍ରଦାନ କରାଯିବ।

ମତ୍ସ୍ୟଚାଷୀଙ୍କୁ ଦୃଷ୍ଟିରେ ରଖି ସରକାର କହିଛନ୍ତି ଯେ ବାତ୍ୟାରେ କ୍ଷତି େହାଇଥିବା ଡଙ୍ଗା ପାଇଁ ୪୧୦୦ ଟଙ୍କା, ଆଂଶିକ କ୍ଷତି େହାଇଥିବା ଜାଲ ଲାଗି ୨୧୦୦ ଟଙ୍କା ଦିଆଯିବ। ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଡଙ୍ଗାକୁ ୯୬୦୦ ଟଙ୍କା, ସମ୍ପୂର୍ଣ୍ଣ ନଷ୍ଟ େହାଇଥିବା ଜାଲ ପାଇଁ ୨୬୦୦ ଟଙ୍କା ମିଳିବ। ମାଛ ଚାଷ ପାଇଁ େହକ୍ଟର ପିଛା ୧୨ ହଜାର ୨୦୦ ଟଙ୍କା ଏବଂ ଇନପୁଟ୍ ସବସିଡି ଭାବେ େହକ୍ଟର ପିଛା ୮୨୦୦ ଟଙ୍କା ସହାୟତା ପ୍ରଦାନ କରାଯିବ େବାଲି ମୁଖ୍ୟମନ୍ତ୍ରୀ େଘାଷଣା କରିଛନ୍ତି।

ଏହି ବୈଠକରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ସ୍ବତନ୍ତ୍ର ରିଲିଫ୍ କମିସନର ଓ ଅନ୍ୟ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର