ପାରାଦୀପଠାରେ ପିଏଡିସିର ଉଦ୍‌ଘାଟନ ଆଜି

ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧ‌ାନ, ପଲିମର୍‌ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ମିଳିବ

ଭୁବନେଶ୍ବର : ଓଡିଶା ଏବଂ ଭାରତର ପୂର୍ବ ଭାଗରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହନ ତଥା ବଢାଇବା ପାଇଁ ପାରାଦୀପଠାରେ ଇଣ୍ତିଆନ ଅଏଲ ଦ୍ବାରା ଏହାର ବିଶୋଧନଗାର ଏବଂ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ସହିତ ୪୩ କୋଟି ଟଙ୍କା ମୂଲ୍ୟର ଏକ ପ୍ରଡକ୍ଟ ଆପ୍ଲିକେସନ ଏବଂ ଡେଭଲପ୍ ସେଣ୍ଟର(ପିଏଡିସି) ପ୍ରତିଷ୍ଠା କରାଯାଇଛି। ୫ ଏକର ଜମି ଓ ୩୩୩୪ ବର୍ଗ ମିଟର ବିଶିଷ୍ଟ କ୍ଷେତ୍ରରେ ପାରାଦୀପରେ ନୂତନ ଭାବରେ ନିର୍ମିତ ପିଏଡିସିକୁ ମିଳିତଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ଆସନ୍ତାକାଲି ପୂର୍ବାହ୍ଣ ୧୧ଟାରେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦ୍‌ଘାଟନ କରିବେ।

ଏହିଭଳି ବୈଷୟିକ କେନ୍ଦ୍ର ଦେଶର ଷଷ୍ଠ ଏବଂ ପୂର୍ବ ଭାରତର ଦ୍ବିତୀୟ। ଏହି କେନ୍ଦ୍ର ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଲାବରୋଟରି ଅଫ୍ ଡିପାର୍ଟମେଟ ଅଫ୍ ସାଇନଟିଫିକ ଏବଂ ଇଣ୍ତଷ୍ଟ୍ରିଆଲ ରିସର୍ଚ୍ଚ (ଡିଏସଆଇଆର) ଭାବରେ ଜଣାଯାଏ। କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିସି ପାରାଦୀପର ବିକାଶ ଏବଂ ପଲିମର ଆମଦାନୀକୁ ହ୍ରାସ କରିବାରେ ବିକଳ୍ପ ଭାବରେ ସହାୟକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର