ଘୁ.ଉଦୟଗିରି : ପ୍ରଶାସନର ଅବହେଳା ତଥା ଦାୟିତ୍ୱହୀନତା ଯୋଗୁଁ ସାରଙ୍ଗଗଡ଼ ଧାନମଣ୍ଡିରେ ଚାଷୀ ହନ୍ତସନ୍ତ ହେଉଛନ୍ତି। ଆଜି ସକାଳ ସମୟରୁ ୧୫ରୁ ୨୦ ଜଣ ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ଆସିଥିଲେ। କିନ୍ତୁ ଅପରାହ୍ଣ ଚାରିଟା ବାଜିଥିଲେ ସୁଦ୍ଧା ଚାଷୀଙ୍କ ଧାନ ଓଜନ ହୋଇ ପାରୁନାହିଁ l ଧାନ ବୋହୁଥିବା ଟ୍ରକ୍ର ଦେଖା ନାହିଁ l ଚାଷୀମାନେ ସକାଳୁ ନଖାଇ ନପିଇ ଧାନକୁ ଜଗି ରହୁଛନ୍ତି। ଲ୍ୟାମ୍ପସ ଅଧିକାରୀଙ୍କୁ ଚାଷୀମାନେ ପଚାରିବାରୁ ଗାଡି ଆସିଲେ ଧାନ ଓଜନ କରାଯିବ ବୋଲି କହୁଛନ୍ତି l ସରକାରଙ୍କ ନିୟମ ଅନୁଯାୟୀ ଧାନ ମଣ୍ଡିରେ ଚାଷୀ ଧାନ ରଖିବା କଥା। କିନ୍ତୁ ଏଠାରେ ରାସ୍ତା କଡରେ ଧାନ ରଖାଯାଉଛି ଯାହାଫଳରେ ଚାଷୀ ହଇରାଣ ହେଉଛନ୍ତି l ରାସ୍ତା କଡ଼ ଯୋଗୁଁ ଧାନ ଗାଈଗୋରୁ ଓ ଛେଳି ଖାଇ ନଷ୍ଟ କରୁଛନ୍ତି l ଧାନ ମଣ୍ଡି ନିକଟରେ ଚାଷୀଙ୍କ ପାଇଁ କିଛି ବି ବ୍ୟବସ୍ଥା ନାହିଁ l ଗାଡ଼ି ନ ଆସିଲେ ଚାଷୀ ଶୀତକାକରରେ ଅପେକ୍ଷା କରିବା ହିଁ ସାର l ପ୍ରଶାସନର ଅବହେଳା ପାଇଁ ଆମେ ହନ୍ତସନ୍ତ ହେଉଛୁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସେପଟେ ଲ୍ୟାମ୍ପସ ଅଧିକାରୀ ବିବେକାନନ୍ଦ ସେନାପତି ଗାଡ଼ି ଶୀଘ୍ର ପହଞ୍ଚି ଯିବା ପରେ ଧାନ ରଖାଯିବ ବୋଲି କହିଛନ୍ତି।
ମଣ୍ଡି ବଦଳରେ ରାସ୍ତାକଡ଼ରେ ରହୁଛି ଧାନବସ୍ତା
ହୋଇପାରୁନି ଓଜନ, ଥଣ୍ଡାକାକରରେ ପଡ଼ିରହୁଛନ୍ତି ଚାଷୀ
/sambad/media/post_attachments/wp-content/uploads/2023/01/49-7.jpg)