ଚୋରା ଚାଲାଣ ବେଳେ ଚଢ଼ଉ, ୩୩୬ ବସ୍ତା ଧାନ ସହ ଟ୍ରକ୍‌ ଜବତ

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ପିପିଲିପାଲିଠାରେ ମଙ୍ଗଳବାର ରାତିରେ ବେଆଇନ ଧାନ ଚାଲାଣ ହେଉଥିବା ବେଳେ ପ୍ରଶାସନର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଚଢ଼ଉ କରି ୩୩୬ ବସ୍ତା ଧାନ ସହ ଟ୍ରକ୍‌କୁ ଜବତ କରିଛି।

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ଧାନ ଚୋରା ଚାଲାଣକୁ ରୋକିବା ପାଇଁ ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ସ୍କ୍ବାଡ୍‌ ଗଠନ କରାଯାଇଛି। ମଙ୍ଗଳବାର ରାତିରେ ପିପିଲିପାଲିଠାରେ ସନ୍ଦେହଜନକ ଭାବେ ଏକ ଧାନ ବୋଝେଇ ଟ୍ରକ୍ (ଓଡି ୧୫ ବି ୪୭୫୯) ଯାଉଥିବା ଜାଣି ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧା, ଆର୍‌ଏମସି ସଂପାଦକ ଉଦିତ ବାବୁ ଓ ଏମ୍‌ଆଇ ଜଗନ୍ନାଥ ଭୋଇ ଧରିଥିଲେ। ଏହି ଟ୍ରକ୍‌ରେ ୩୩୬ଟି ବସ୍ତାରେ ୧୨୦ କ୍ବିଣ୍ଟାଲ ୩୦ କେଜି ଧାନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଉଥିବା ଏହି ସ୍କ୍ବାଡ୍‌ ଜାଣିବାକୁ ପାଇଥିଲେ। ଟ୍ରକ୍‌ ଡ୍ରାଇଭର ଗୋବନ୍ଦ ଗିରିକୁ ଧାନ ଚାଲାଣ ସମ୍ବନ୍ଧୀୟ କାଗଜପତ୍ର ଦେଖାଇ ପାରିନଥିଲେ। ବେନିୟମ ଭାବେ ଧାନ ଚାଲାଣ ହେଉଥିବା ଜାଣି ତହସିଲଦାର ଶ୍ରୀ ମିର୍ଦ୍ଧା ଯୋଗାଣ ନିରୀକ୍ଷକଙ୍କ ସହ ଧାନ ଜବତ କରି ଡୁଙ୍ଗୁରିପାଲି ସ୍ଥିତ ଉମା ଶଙ୍କର ରାଇସ ମିଲ୍‌କୁ ଜିମା ଦେଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର