ନଭେମ୍ବରରୁ ଧାନ ସଂଗ୍ରହ

ଭୁବନେଶ୍ବର : ନଭେମ୍ବର ମାସରେ ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସମ୍ବଲପୁର, ବରଗଡ଼, କଳାହାଣ୍ଡି ଜିଲ୍ଲାଙ୍କୁ ନିର୍ଦେଶ ଦେଇ ସାରିଛି ଯୋଗାଣ ନିଗମ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଧାନ ପଞ୍ଜୀକରଣର ଫିଲ୍ଡ ଭେରିଫିକେସନ ଏବଂ ଭେଲିଡେସନ କାର୍ଯ୍ୟ ସମାପ୍ତ ହୋଇ ନାହିଁ। ଏହାକୁ ନେଇ ରାଜ୍ୟର ସମସ୍ତ ଡିଆରସିଏସ ଏବଂ ଏଆରସିଏସଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ସମବାୟ ସମିତି କୁଳସଚିବ। ଯଥାଶୀଘ୍ର ଏହି କାର୍ଯ୍ୟ ସାରିବାକୁ ଚିଠି କରାଯାଇଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରୟ ପାଇଁ ସମୁଦାୟ ୧୬ ଲକ୍ଷ ୯୯ ହଜାର ୩୬୧ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଏଥିରୁ ୩ ଲକ୍ଷ ୪୭ ହଜାର ଅର୍ଥାତ ୨୦ ପ୍ରତିଶତଙ୍କ ଫିଲ୍ଡ ଭେରିଫିକେସନ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସରିନାହିଁ। ରାୟଗଡ଼ାରେ ୦.୯ ପ୍ରତିଶତ, ବୌଦ୍ଧର ୮.୭ ପ୍ରତିଶତ, ଯାଜପୁର ୧୭.୪ ପ୍ରତିଶତ ହିଁ ଯାଞ୍ଚ ସରିଛି। ଅର୍ଥାତ ଯାଜପୁରରେ ୪୪ ହଜାର ୪୬୧, ନୟାଗଡ଼ରେ ୪୧ ହଜାର ୮୯୨, ବୌଦ୍ଧରେ ୩୮ ହଜାର ୯୨୩, କୋରାପୁଟରେ ୨୭ ହଜାର ୮୯୩, ବଲାଙ୍ଗୀରରେ ୨୩ ହଜାର ପଞ୍ଜୀକରଣ ପତ୍ରର ଯାଞ୍ଚ ବାକି ରହିଛି। କେବଳ ୫ ଜିଲ୍ଲା ଭଦ୍ରକ, ଢେଙ୍କାନାଳ, ଗଜପତି ମୟୂରଭଞ୍ଜ ଏବଂ ସମ୍ବଲପୁରହିଁ ଏହି କାର୍ଯ୍ୟ ସାରିଛନ୍ତି। କନ୍ଧମାଳ ଏବଂ ରାୟଗଡ଼ାରେ ଭେଲିଡେସନ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆରମ୍ଭ ହୋଇନାହିଁ।

ସମ୍ବନ୍ଧିତ ଖବର