ବୈଶିଙ୍ଗା: ବିଗତ ୨ଦିନ ଧରି ବେତନଟୀ ରେଞ୍ଜ ଅଧୀନ କ୍ଷୀରପଦା ସଂରକ୍ଷିତ ଜଙ୍ଗଲରେ ଥିବା ୪୯ ଝାଡ଼ଖଣ୍ତି ହାତୀପଲଙ୍କ ଉପଦ୍ରବ ଆଖପାଖ ଏକର ପାଚିଲା ଧାନ କ୍ଷେତରେ ଦେଖିବାକୁ ମିଳିଛିl
ସୂଚନା ଅନୁଯାଇ ଗତ ଗୁରୁବାର ବିଳମ୍ବିତ ରାତିରେ ଅସନବଣି ସଂରକ୍ଷିତ ଜଙ୍ଗଲରୁ ବାହାରି ବେତନଟୀ ରେଞ୍ଜ ତଥା ଅଧୀନ ସାରିଆ, ରାମଚନ୍ଦ୍ରପୁର, ଦହିକୋଟି ଗାଁ ଅତିକ୍ରମ କରି ନୀଳଗିରି ମୁହାଁ ଅଗ୍ରସର ହୋଇଥିବା ୪୯ଟିକିଆ ହାତୀପଲ ହାତୀଝୁରୀ ନିକଟରେ ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ବିଗତ ୨ଦିନ ଧରି ସ୍ଥାନୀୟ କ୍ଷୀରପଦା ସଂଗ୍ରକ୍ଷିତ ଜଙ୍ଗଲରେ ରହି ଉତ୍ପାତ କରୁଛନ୍ତିl ପୂର୍ବରୁ ରାତିରେ ବାହାରୁ ଥିବାବେଳେ ଏବେ ସ୍ପଷ୍ଟ ଦିବାଲୋକରେ ବାହାରି ଆଖପାଖ ୪ପଞ୍ଚାୟତର ଏକର ଏକର ପାଚିଲା ଧାନ କ୍ଷେତରେ ପଶି ଉପଦ୍ରଵ କରୁଛନ୍ତିl ହାତୀପଲଙ୍କ ଖାଇବା ଠାରୁ ପାଦରେ ଦଳାଚକଟା ପାଇଁ ଅଧିକ କ୍ଷତିଗ୍ରସ୍ତ ହୋଉଛନ୍ତି ଚାଷୀl
୪୯ଟିକିଆ ହାତୀପଲ ହାତୀଝୁରୀ ନିକଟରେ ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ବିଗତ ୨ଦିନ ଧରି ସ୍ଥାନୀୟ କ୍ଷୀରପଦା ସଂଗ୍ରକ୍ଷିତ ଜଙ୍ଗଲରେ ରହି ଉତ୍ପାତ କରୁଛନ୍ତିl ପୂର୍ବରୁ ରାତିରେ ବାହାରୁ ଥିବାବେଳେ ଏବେ ସ୍ପଷ୍ଟ ଦିବାଲୋକରେ ବାହାରି ଆଖପାଖ ୪ପଞ୍ଚାୟତର ଏକର ଏକର ପାଚିଲା ଧାନ କ୍ଷେତରେ ପଶି ଉପଦ୍ରଵ କରୁଛନ୍ତିl
ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ହାତୀପଲ ଚାଷ ଜମିରେ ପଶି ଆଉ ମାତ୍ର ଦିନ କେଇଟା ପରେ ଅମଳ ହେବାକୁ ଥିବା ପାଚିଲା ଧାନ ଖାଇବା ସହ ଦଳଚକଟା କରିବା ଫଳରେ ପାଖାପାଖି ୨୦ ଏକରରୁ ଅଧିକ ଜମିରେ ହୋଇଥିବା ଖରିପ ଧାନ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି l
ବନବିଭାଗର ଏକାଧିକ ଟିମ ଘଟଣା ସ୍ଥଳରେ ଉପସ୍ଥିତ ଥାଇ ବି କେବଳ ହାତୀପଲଙ୍କ ଗତିଵିଧିକୁ ଅନୁଧ୍ୟାନ କରିବା ଓ ଲୋକଙ୍କୁ ସଚେତନ କରିବା ବ୍ୟତୀତ ହାତୀଙ୍କୁ ଘୋଉଡିବାରେ ବିଫଳ ହୋଉଛନ୍ତି l ତେବେ ଏହି ୪୯ଟିକିଆ ହାତୀପଲ ଆଉ କେତେ ଦିନ ଉକ୍ତ ଅଞ୍ଚଳ ରହି ପାଚିଲା ଧାନ କ୍ଷେତରେ ତାଣ୍ଡବ ରଚିବେ ଓ ତାଙ୍କ ଜନିତ କ୍ଷୟକ୍ଷତିକୁ ନେଇ ଚାଷୀଙ୍କ ମୁଣ୍ଡରେ ଏବେ ଚଡକ ପଡିଛି l